ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୦୨/୦୨) : ପୁଣି ହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନର କାଦୋମାଲି ଗାଁରେ ଘଟିଛି ।
ମୃତ ବୃଦ୍ଧ ଦମ୍ପତି ମୁଗାନା ମାଝୀ ଓ ଗାଦ ମାଝୀ ବୋଲି ପରିଚୟ ମିଳିଛି । ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ କାଦୋମାଲି ଗାଁରେ ହଠାତ ହାତୀ ପଶିଆସିଥିଲା । ମୁଗାନା ମାଝୀ ଓ ଗାଦ ମାଝୀଙ୍କ ଘର ଆଗରେ ହାତୀ ପହଞ୍ଚି ଉପଦ୍ରଵ କରିଥିଲା । ହାତୀ ଘର ଭାଙ୍ଗିଥିଲା ଫଳରେ ଘରେ ଥିବା ସମସ୍ତ ସଦସ୍ୟ ଜୀବନ ବଞ୍ଚେଇବା ପାଇଁ ଏଣେତେଣେ ଦୌଡ଼ି ପଳାଇଲେ କିନ୍ତୁ ବୃଦ୍ଧ ଦମ୍ପତି କୁଆଡେ ଯାଇପାରିଲେନାହିଁ । ହାତୀ ଆକ୍ରମଣରେ ସେମାନେ ଶିକାର ହୋଇଥିଲେ । ଫଳରେ ହାତୀ ତାଙ୍କ ଜୀବନ ନେଇଥିଲା । ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।