32.9 C
Balāngīr
Monday, April 28, 2025

ହାତୀ ଘଉଡ଼ାଇବାକୁ ଯାଇ ପାରା ସ୍କ୍ୱାର୍ଡ ର ମୃତ୍ୟୁ ଘଟଣାରେ କଣ୍ଟାବାଞ୍ଜି ବିଧାୟକ ପରିବାରକୁ ଭେଟି ସହାୟତା ପ୍ରତିଶୃତି ଦେଲେ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩/୩) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ମୁରିବାହାଲ ରେଞ୍ଜ ଅଞ୍ଚଳରେ ଗତ ମଙ୍ଗଳବାର ସନ୍ଧ୍ୟାରେ ହାତୀପଲ ଘଉଡ଼ାଇବାକୁ ଯାଇ ପାରା ସ୍କ୍ୱାର୍ଡ ସଦସ୍ୟଙ୍କ ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଯାଥିଲା lWhatsApp Image 2025 03 04 at 10.09.22 ହାତୀ ଘଉଡ଼ାଇବାକୁ ଯାଇ ପାରା ସ୍କ୍ୱାର୍ଡ ର ମୃତ୍ୟୁ ଘଟଣାରେ କଣ୍ଟାବାଞ୍ଜି ବିଧାୟକ ପରିବାରକୁ ଭେଟି ସହାୟତା ପ୍ରତିଶୃତି ଦେଲେ

ସୂଚନା ଅନୁସାରେ ମୁରିବାହାଲ ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ଜଙ୍ଗଲରେ ହାତୀପଲ ଗାଁ ମୁହାଁ ହେଉଥିଲେ l ବନକର୍ମଚାରି ସହ ୧୬/୧୭ ଟିକିଆ ହାତୀଙ୍କ ଗତିପଥ ଅନୁଧ୍ୟାନ ଓ ଘଉଡାଇବାକୁ ଗତ ମଙ୍ଗଳବାର ୨୫ ତାରିଖ ସନ୍ଧ୍ୟାରେ ଯାଇଥିଲେ |ହାତୀପଲ ଦୌଡୁଥିବା ବେଳେ ଗୋଟିଏ ହାତୀ ଗୋଠ ଛଡା ହୋଇଥିଲା l ବନ କର୍ମଚାରୀ ଓ ପାରା ସ୍କ୍ୱାର୍ଡଙ୍କୁ ଲକ୍ଷ୍ୟ କରି ଗୋଠ ଛଡା ହାତୀ ଆକ୍ରମଣ କରିଥିଲା l ଏଥିରେ ଘୁଷୁରାମୁଣ୍ଡା ଗ୍ରାମର ଓମ୍ କାର ବାଗ (୩୮)ଗୁରୁତର ହୋଇଥିଲେ l

ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା କୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଗୋଷଣା କରିଥିଲେ l ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରକୁ ସୋମବାର ଦିନ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଘରକୁଯାଇ ଭେଟି ସାନ୍ତ୍ୱନା ଦେବା ସହ ସ୍ବର୍ଗତ ଓମକାରର ବାଗ ଦୁଇ ଛୋଟ ଛୋଟ ଛୁଆ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ସରକାରଙ୍କ ସମସ୍ତ ଯୋଜନା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ଏହି ଅବସରରେ ବିଜେପି ନେତା ଦେବବ୍ରତ ଥନାପତି, କିଶୋର ଘିଭେଲା, ପ୍ରମୁଖ ଉପସ୍ଥିତ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...