ରିପୋର୍ଟ :ଭଗବାନ ମହାନ୍ତି
ମୁରିବାହାଲ ତା ୨୬/୨/୨୫ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ହାତୀପଲ ଘଉଡ଼ାଇବାକୁ ଯାଇ ପାରା ସ୍କ୍ୱାର୍ଡ ସଦସ୍ୟଙ୍କ ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଯାଇଛି |
ସୂଚନା ଅନୁସାରେ ମୁରିବାହାଲ ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ଜଙ୍ଗଲରେ ହାତୀପଲ ଗାଁ ମୁହାଁ ହେଉଥିଲେ |ବନକର୍ମଚାରି ସହ ୧୬/୧୭ ଜଣ ହାତୀଙ୍କ ଗତିପଥ ଅନୁଧ୍ୟାନ ଓ ଘଉଡାଇବାକୁ ମଙ୍ଗଳବାର ସନ୍ଧ୍ୟାରେ ଯାଇଥିଲେ |ହାତୀପଲ ଦୌଡୁଥିବା ବେଳେ ଗୋଟିଏ ହାତୀ ଗୋଠ ଛଡା ହୋଇଥିଲା |ବନ କର୍ମଚାରୀ ଓ ପାରା ସ୍କ୍ୱାର୍ଡଙ୍କୁ ଲକ୍ଷ୍ୟ କରି ଗୋଠ ଛଡା ହାତୀ ଆକ୍ରମଣ କରିଥିଲା | ଏଥିରେ ଘୁଷୁରାମୁଣ୍ଡା ଗ୍ରାମର ଓମ୍ କାର ବାଗ (୩୮)ଗୁରୁତର ହୋଇଥିଲେ |ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା କୁ ନିଆଯାଇଥିଲା |ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଗୋଷଣା କରିଥିଲେ |