ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୭/୦୮) : ରାତି ଅଧରେ ଗାଁ’ରେ ପଶି ଘର ଭାଙ୍ଗିଲେ ହାତୀ ପଲ । କାନ୍ଥ ପଡ଼ି ଆଈ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି ।
କେନ୍ଦୁଝର ସଦର ରେଞ୍ଜ କୁସୁମିତା ଗାଁରେ ଏପରି ଘଟଣା ଘଟିଛି। ଆହତ ଆଈ,ନାତୁଣୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ହାତୀ ପଲ କୁସୁମିତା ଗାଁରେ ପଶି ଘରେ ଭାଙ୍ଗି ଥିଲେ। ଏହି ସମୟରେ ଆଈ,ନାତୁଣୀ ଘରେ ଶୋଇଥିଲେ । ସେମାନଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା।ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସୂଚନାଯୋଗ୍ୟ, କିଛିଦିନ ହେବ କେନ୍ଦୁଝର ଜିଲ୍ଲାରେ ୨୭ ଟିକିଆ ହାତୀ ପଲ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ।
କେତେବେଳେ ରାତି ଅଧରେ ଗାଁ’ରେ ପଶି ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛନ୍ତି । ବନ ବିଭାଗ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ହାତୀ ପଲ ଗାଁରେ ପଶି ଉତ୍ପାତ ମଞ୍ଚାଉଛନ୍ତି । ଫଳରେ ସ୍ଥାନୀୟ ଲୋକେ ଭୟବୀତ ଅବସ୍ଥାରେ ରହୁଛନ୍ତି ।