32.9 C
Balāngīr
Saturday, July 12, 2025

ହାତ ବାନ୍ଧି ବସିଛି କୁମ୍ଭାର, ସରୁନି ଆଉ ମାଟି ଦୀପ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାସିଂହପୁର,ତା-(୦୨/୧୧) : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତ କତା ଗୁଡା ଗାଁ କୁମ୍ବାର ସାଇ ଏବେ ନିରାଶରେ । ହାତ ବାନ୍ଧି ବସିଛି କୁମ୍ଭାର | ଆସୁଛି ଆଲୋକର ପର୍ବ ଦୀପାବଳି ମାତ୍ର ଆଉ କିଛି ଦିନ ପରେ ପାଳନ କରାଯିବ । କିନ୍ତୁ ପୂର୍ବରୁ ଯେମିତି ମାଟି ଦୀପ ଗଡ଼ିବାରେ କୁମ୍ବାର ସମ୍ପ୍ରଦାୟର ପରିବାରଙ୍କୁ ସମୟ ମିଳୁ ନ ଥିଲା ବର୍ତ୍ତମାନ ନିରାଶ ହୋଇ ବସିଥିବା ଦେଖିବାକୁ ମିଳୁଛି ।ee1af179 8361 432c bd2a 7d4dca461920 ହାତ ବାନ୍ଧି ବସିଛି କୁମ୍ଭାର, ସରୁନି ଆଉ ମାଟି ଦୀପ

ବର୍ତ୍ତମାନ ବଜାରରେ ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ଦୀପ ଥିବାରୁ ଗ୍ରାହକକୁ ବେଶ ଆକୃଷ୍ଟ କରିବା ଫଳରେ ମାଟିଦୀପର ଚାହିଦା କମିଯିବା ସହ ବିକ୍ରି ମଧ୍ୟ ଠିକ ଭାବରେ ହେଉ ନ ଥିବା ମାଟି ଦୀପ କାରି ଗୁରୁ ଶୋଭା କାଶୀ, ନୀଳାମ୍ବର କାଶୀ,ଯୁଜେଷ୍ଟି କାଶୀ,କର୍ଣ୍ଣ କାଶୀ, ଲେଲି କାଶୀ, ରାମକାଶୀ,କହିଥିବା ଜଣାପଡିଛି। ଯୁଗ ଯୁଗ ରୁ ମାଟି ଦୀପର ଚାହିଦା ନିଆରା । ହିନ୍ଦୁ ସଂକୃତି ଓ ପରମ୍ପରାର ପ୍ରତୀକ ମାଟି ଦୀପର ସ୍ୱତନ୍ତ୍ର ପରିଚୟ ରହିଛି । ପୂଜା ପାର୍ବଣ ଠାରୁ ବିଭିନ୍ନ ଶୁଭ କାର୍ଯ୍ୟରେ ଏହି ମାଟୀ ଦୀପର ଚାହିଦା ଅଧିକ ରହିଥାଏ । କିନ୍ତୁ ଏହାକୁ ନିର୍ମାଣ କରୁଥିବା କୁମ୍ବାର ସମ୍ପ୍ରଦାୟର ହାତ ବାନ୍ଧି ବସିଛି କୁମ୍ଭାର ବୁଦ୍ଧି ଯିବି ଏବେ ସଂକଟରେ ଗତି କରୁଛନ୍ତି ।1fad35db 7e3b 492b a05b b47875675de2 ହାତ ବାନ୍ଧି ବସିଛି କୁମ୍ଭାର, ସରୁନି ଆଉ ମାଟି ଦୀପ

ଆବଶ୍ୟକତା ଦୁର୍ଷ୍ଟିରୁ ଆଗକୁ ଦୀପାବଳୀ ପାଇଁ ବାଧ୍ୟ ହୋଇ ନିଜ ବୃତ୍ତି କୁ ବଜାୟ ରଖିବା ପାଇଁ ତିଆରି କରିଛନ୍ତି ମାଟିଦୀପ । କିନ୍ତୁ ଆଗ ଭଳି ବିକ୍ରିହେବାର କମି ଯାଉଥିବା କହିଛନ୍ତି କୁମ୍ବାର ପରିବାର । ଅଧିକ ପରିଶ୍ରମ ଲାଭ କମ ଉଚିତ ପରିମାଣର ମାଟି ମଧ୍ୟ ପୂର୍ବଭଳି ମିଳୁନି ବାଧ୍ୟ ହୋଇ ପୂର୍ବ ପୁରୁଷର ବୃତ୍ତିକୁ ବଜାୟ ରଖିବାକୁ ମାଟି ଦୀପ ବନେଇ ବିକିବା ବା କୁ ବାଦ୍ୟ ବୋଲିି କହିଛନ୍ତି ।

ଏହି ଆଧୁନିକ ଯୁଗରେ ଗ୍ରାହକ ସୌଖିନ ଜିନିଷ ବ୍ୟବହାର କରୁଥିବା ବେଳେ ମାଟିଦୀପ କଥା ପଚାରୁଛି କିଏ ? ସରକାର ଏହି କୁମ୍ବାର ସମ୍ପ୍ରଦାୟର ପରିବାର ପ୍ରତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଦୁଷ୍ଟି ଦେବା ପାଇଁ ଜନସାଧାରଣଙ୍କ ମହଲରେ ଦାବୀ ରହିଥିବା ଜଣପଡିଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...