ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୦/୧୨) : ଦିନକୁ ଦିନ ବଢି ଚାଲିଛି ଲୁଟେରାଙ୍କ ଆତଙ୍କ। ରାତି ଅଧରେ ଚାଲୁଛି ଏହି ଲୁଟେରାଙ୍କ ଆତଙ୍କରାଜ । ମନ୍ଦିରକୁ ବି ଛାଡ଼ୁନାହାନ୍ତି ଦୁର୍ବୁତ୍ତ ।
ପ୍ରତ୍ୟକ ଦିନ କୌଣସି ନା କୌଣସି ମନ୍ଦିରରେ ଲୁଟ କରୁଛନ୍ତି ଦୁର୍ବୁତ୍ତମାନେ । ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ସେହିଭଳି ଗୁରୁବାର ରାତିରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ବୁଦ୍ଧେଶ୍ୱର ମନ୍ଦିରରେ ଚୋର ମାନେ ପଶି କଳା କନା ବୁଲାଇଛନ୍ତି । ଚୋରମାନେ ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥକୁ ଲୁଟି ନେଇଯିବା ସହ କିଛି ଆସବାସ ପତ୍ରକୁ ମଧ୍ୟ ନେଇ ଯାଇଛନ୍ତି । ତେବେ ସକାଳେ ମନ୍ଦିର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଏହି ଘଟଣା ବାବଦରେ ଜଣାଇଥିଲେ । ଏହାପରେ ପରିଚାଳନା କମିଟି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି ।