32.9 C
Balāngīr
Monday, April 28, 2025

୧୦ଟଙ୍କା ରିଚାର୍ଜ ଓ ୩୬୫ ଦିନ ବୈଧତା ଅନିବାର୍ଯ୍ୟ କଲେ TRAI, ଦ୍ୱିତୀୟ ସୀମ୍ ଆକ୍ଟିଭେଟ ରଖିବା ଏବେ ହେବ ଶସ୍ତା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୪/୦୨) : ଟେଲିକମ ରେଗୁଲେଟର ‘ଟ୍ରାଇ’ ଦେଶର ୧୨୦କୋଟିରୁ ଅଧିକ ମୋବାଇଲ ୟୁଜରଙ୍କ ହୀତରେ ନୂଆ ନିୟମ ଜାରି କରିଛନ୍ତି ।

ଯାହାଦ୍ୱାରା ଆପଣଙ୍କ ମୋବାଇଲ ଅନୁଭବ ଆହୁରି ସହଜ, ଶସ୍ତା ଓ ସୁବିଧାଜନକ ହୋଇପାରିବ। ଆସନ୍ତୁ ବିସ୍ତାରରେ ବୁଝନ୍ତୁଏହି ପରିବର୍ତ୍ତନ ଆପଣଙ୍କ ପାଇଁ କ’ଣ ନୂଆ ନେଇ ଆସିଛି ।

ଟ୍ରାଇଙ୍କ ନୂଆ ନିୟମର ମୁଖ୍ୟ ବିଶେଷତା

ଏବେ ଟୁ-ଜି ଫିଚର ଫୋନ ୟୁଜରଙ୍କ ଲାଗି ଭଏସ ଓ ଏସଏମଏସ ସେବା ବ୍ୟବହାର କରିବା ପାଇଁ ବିଶେଷ ଟାରିଫ ଭାଉଚର (ଏସଟିଭି) ଅନିବାର୍ଯ୍ୟ କରାଯାଇଛି । ଏହି ପଦକ୍ଷେପ ବିଶେଷ କରି ଗ୍ରାମୀଣ ଅଞ୍ଚଳ, ବୟଷ୍କ ଓ ସେହି ୟୁଜରଙ୍କ ନିମନ୍ତେ ଲାଭଦାୟକ ଯେଉଁମାନେ କେବଳ ଭଏସ ଓ ଏସଏମଏ ସେବା ଆବଶ୍ୟକ କରୁଛନ୍ତି। ଏବେ ଏସଟିଭି ଭାଉଚରର ଭେଲିଡିଟି ୯୦ ଦିନରୁ ବଢାଇ ୩୬୫ ଦିନ କରିଦିଆଯାଇଛି। ଏହା ଦ୍ୱାରା ୟୁଜରଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡିବ ନାହିଁ ଓ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ଲାନର ଲାଭ ମିଳିବ।

କଲର କୋଡିଂ ସମାପ୍ତ

ଅନଲାଇନ ରିଚାର୍ଜର ବଢୁଥିବା ଲୋକପ୍ରୀୟତାକୁ ନଜରରେ ରଖି ଫିଜିକାଲ ଭାଉଚରରେ ବ୍ୟବହାର ହେଉଥିବା କଲର କୋଡିଂକୁ ସମାପ୍ତ କରିଦିଆଯାଇଛି। ଏବେ ଅଲଗା ଅଲଗା କ୍ୟାଟଗରୀର ରିଚାର୍ଜ ପାଇଁ ଅଲଗା ଅଲଗା କଲର କୋଡିଂର ଆବଶ୍ୟକତା ପଡିବ ନାହିଁ। ଏଣୁ ପ୍ରକ୍ରିୟା ଆହୁରି ସରଳ ହୋଇଯିବ।

୧୦ଟଙ୍କାର ଟପଅପ ଭାଉଚରରେ ପରିବର୍ତ୍ତନ

୧୦ଟଙ୍କାର ଟପଅପ ଭାଉଚର ବାଧ୍ୟତାମୂଳକ କରାଯାଇଛି, କିନ୍ତୁ ଏହା ସହିତ ଟେଲିକମ କମ୍ପାନୀମାନଙ୍କୁ ଅନ୍ୟ ମୂଲ୍ୟବର୍ଗର ଟପ ଅପ ଭାଉଚର ଜାରି କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏହା ଦ୍ୱାରା କମ୍ପାନୀମାନେ ୟୁଜରଙ୍କ ଲାଗି ଆହୁରି ବି ବିକଳ୍ପ ପ୍ରଦାନ କରିପାରିବେ।

ୟୁଜରଙ୍କୁ କିପରି ମିଳିବ ଲାଭ?

ଜୁଲାଇରେ ଘରୋଇ ଟେଲିକମ କମ୍ପାନୀ ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ଦୁଇଟି ସିମ୍ କାର୍ଡ ଓ ଫିଚର ଫୋନ ୟୁଜରଙ୍କୁ ସମସ୍ୟା ହୋଇଥିଲା। ଟ୍ରାଇଙ୍କ ଏହି ନୂଆ ନିଷ୍ପତ୍ତିରେ ଏବେ କେବଳ ଭଏସ ଓ ଏସଏମଏସ ସେବା ଉପଯୋଗ କରୁଥିବା ୟୁଜର୍ସଙ୍କ ନିମନ୍ତେ ଲାଭଦାୟକ ରିଚାର୍ଜ ପ୍ଲାନ ଉପଲବ୍ଧ ହେବ। ନୂଆ ନିୟମ ଅନୁସାରେ ଟେଲିକମ କମ୍ପାନୀ ବିଭିନ୍ନ ମୂଲ୍ୟବର୍ଗର ଟପ ଅପ ଭାଉଚର ଉପସ୍ଥାପନ କରିପାରିବେ। ଫଳରେ ୟୁଜରଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଭଲ ବିକଳ୍ପ ମିଳି ପାରିବ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...