ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୨/୦୧) : ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ଥାନା ନିମପଲ୍ଲୀ ଗାଁ ନିକଟରେ ଏହି ଅଘଟଣ ଘଟିଛି ।
ବିଲରେ ଏକ ଧାନ କଟା ମେସିନ୍ ଧାନ କାଟୁଥିବା ସମୟରେ ବିଲ ଦେଇ ଯାଇଥିବା ୧୧କେ.ଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା, ଫଳରେ ଧାନ କଟାରେ ବାଧା ସୃଷ୍ଟି ହୋଇଥିଲା । ମେସିନର ଡ୍ରାଇଭର ଏବଂ ହେଲ୍ପର ମିଶି ବିଦ୍ୟୁତ ତାରକୁ ଉପରକୁ ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଡ୍ରାଇଭର ଜଣଙ୍କର ଗୋଡ଼ ଏବଂ ହାତ ପୋଡ଼ି ଯାଇଥିଲା । ସେହିପରି ହେଲପର୍ ମଧ୍ୟ ଆଘାତ ପାଇ ମେସିନ୍ ତଳକୁ ପଡ଼ିଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରାଯାଇ ବନ୍ତ ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା । ମାତ୍ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବନ୍ତ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।