32.9 C
Balāngīr
Wednesday, April 30, 2025

୧୧ ତମ ଜିଲ୍ଲା ସ୍ତରୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସରେ ନାକଟାସର ଦଳ ବିଜୟୀ 

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨/୨) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ୟୁଥଓ ସ୍ପର୍ଟ୍ସ  କ୍ଳବ ଆନୁକୂଲ୍ୟରେ ୧୧ ତମ ଜିଲ୍ଲା ସ୍ତରୀୟ ଫୁଟବଳ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଦ୍ୱିତୀୟ ଦିବସ ମ୍ୟାଚ, ମୁରିବାହାଲ ପଂଚାୟତ ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ ମ୍ୟାଚ ରେ ନକଟାସର ଦଳ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବରେ ସେମି ଫାଇନାଲ ପ୍ରବେଶ କରିଛି l ଦ୍ୱିତୀୟ  ଦିବସର ମ୍ୟାଚ ନୂଆପଡା ଜିଲ୍ଲା ର ଖଡ଼ିଆଳ ଓ ବଲାଙ୍ଗୀର ନକଟାସର ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା, ଏଥିରେ ଖଡ଼ିଆଳ ଦଳ ନକଟାସର ୧/୧ ଗୋଲ ଦେଇ ବରାବର ହେବା ଯୋଗୁଁ ଟ୍ରାଇବେକର ମଧ୍ୟମରେ ରେ ନକଟାସର ଦଳ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବରେ ସେମି ଫାଇନାଲ ପ୍ରବେଶ କରିଛି,ଏହି ଅବସରେ ବଲାଙ୍ଗୀର ଜିଲ୍ଲା ହସ୍ତଶିଳ୍ପ ବିଭାଗ ର ଅତିରିକ୍ତ ନିର୍ଦେଶକ ଅଜିତ ପ୍ରସାଦ ଭୋଇ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଥିବା ବେଳେ, ସମ୍ମାନନିୟ ଅତିଥି ଭାବରେ ବରିଷ୍ଠ ପୋଲିସ ଅଧିକାରୀ ବଲାଙ୍ଗୀର ରବୀନ୍ଦ୍ର କୁମାର ସୁନା, ଉପ ବିଭାଗ ଅଧିକାରୀ ନକୁଳ ମାଝୀ, ମୋନୋବିଭାଗ ବିଭାଗ ଅଧିକାରୀ ବଲାଙ୍ଗୀର ଲିଲନ କୁମାର ପଟ୍ଟନାୟକ, ବରିଷ୍ଠ କ୍ରୀଡ଼ାବିତ ନେତ୍ର ମଣି ଭୋଇ, ସଞ୍ଜୟ ବାଗ, ଗିରିଧାରୀ ସାହୁ, ଅଭିମନ୍ୟୁ ଛୁରା ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲ l

ଉକ୍ତ ମ୍ୟାଚ କୁ ଦୁଷ୍ମନ୍ତ ସାହୁ, ଯୁବରାଜ ଭୋଇ, ଭୁଜରାଜ ଭୋଇ, ଶରତ ପଧାନ, ପରିଚାଳନା କରିଥିଲେ, ଟୁର୍ନାମେଣ୍ଟ କୁ ସଫଳ କରିବାରେ ସଭାପତି ଭୋଳା ଭୋଇ, ସମ୍ପାଦକ ପ୍ରଦୀପ କୁମାର ବଘାର ,ଦିବ୍ୟସୁନ୍ଦର ସାହୁ, ବିକି ମହାରଣା, ସୁଧାସୁଁ ଶେଖର ପୋଢ଼ ୟାଦବ, ପିଣ୍ଟୁ ଭୋଇ, ସେମନ୍ତ ବାଗ, ଗୋପୀନାଥ ମାଝୀ, ପ୍ରଫୁଲ୍ଲ କୁମାର ବଘାର, ଅଜିତ କୁମାର ତରିଆ, ଜଦୁପତି ଅଗସ୍ତି,କେଦାର ବଡ଼ଜେନା, ପ୍ରକାଶ ବଘାର , ପ୍ରଶାନ୍ତ ମାହାର ପ୍ରମୁଖ ସହ ଯୋଗ କରିଥିଲେ, ସୁଦାମ ଚରଣ ବଘାର ଓ ଲିଲୁ ମୋହନ ପଧାନ ଧାରା ବିବରଣି ପ୍ରଧାନ କରି ଥିଲେ, ସୋମବାର ଦିନ ବଲାଙ୍ଗିର ଓ କଣ୍ଟାବାଞ୍ଜି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ  l

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...