32.9 C
Balāngīr
Tuesday, May 20, 2025

୧୩ଟିକିଆ ହାତୀପଲଙ୍କ ଉପଦ୍ରବ, ବାରବନ୍ଧ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩୧/୧୨) : ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନର ନୀରବତା ପରେ ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି ।WhatsApp Image 2025 01 01 at 11.23.22 ୧୩ଟିକିଆ ହାତୀପଲଙ୍କ ଉପଦ୍ରବ, ବାରବନ୍ଧ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି

ସୋମବାର ରାତିରେ ଏହି ହାତୀପଲ ଗୁଡ଼ିଘାଟ ବିଟ୍ ବାରବନ୍ଧ ଗ୍ରାମର ସୁମନ ନାଏକ(୪୦)ନାମକ ଜଣେ ଚାଷୀଙ୍କ ଘର ଭାଙ୍ଗିଦେବା ସହ ୨୨ବସ୍ତା ଅମଳ ଧାନ ଖାଇଦେଇଛନ୍ତି।ଚାଷୀଙ୍କ ଜମିରେ ଥିବା ଏକ ସୋଲାର ବୋରୱେଲ ଓ ସୋଲାର ପ୍ଲେଟକୁ ଭାଙ୍ଗି ଦେଇଥିବା ବେଳେ ସେଠାରେ ରଖାଯାଇଥିବା ୟୁରିଆ ସାରକୁ ମଧ୍ୟ ହାତୀ ଖାଇଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ହାତୀମାନେ ଚାଷୀଙ୍କ ରବି ଋତୁର ଧାନ ରୁଆକୁ ନଷ୍ଟ କରିଦେବା ସହ ବ୍ୟାପକ ପନିପରିବା ଫସଲ ମଧ୍ୟ ନଷ୍ଟ କରିଦେଇଛନ୍ତି । ବାରବନ୍ଧ ଗ୍ରାମର ଅନ୍ୟ ଚାଷୀମାନଙ୍କ ଫସଲ ମଧ୍ୟ ନଷ୍ଟ କରିଦେଇଛନ୍ତି । ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ସୁମନ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଏ ସମ୍ପର୍କରେ ମୁରିବାହାଲ ବନାଞ୍ଚଳ ଅଧିକାରୀ ଶିବ ପ୍ରସାଦ ନାଏକଙ୍କୁ ପଚାରିବାରୁ ୧୩ଟିକିଆ ହାତୀପଲ ଗତରାତିରେ ବାରବନ୍ଧ ଗ୍ରାମର ଜଣେ ଚାଷୀଙ୍କ କ୍ଷୟକ୍ଷତି କରିଥିବା ଜଣାପଡିଛି । ଏହାପରେ ହାତୀପଲ ମଙ୍ଗଳବାର ସନ୍ଧ୍ୟାରେ ବିଜାମାଲ ଗ୍ରାମର ଜଙ୍ଗଲ ଅଞ୍ଚଳରେ ଥିବା ଓ ଜଙ୍ଗଲ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ହାତୀପଲ ଉପରେ ଜଙ୍ଗଲ ବିଭାଗ,ହାତୀ ସ୍କ୍ୱାର୍ଡ ଓ ଆଇପିବି ସ୍କ୍ୱାର୍ଡ ନୀରିକ୍ଷଣ କରୁଥିବା ଜଣାପଡିଛି ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...