ଗୁଣୁପୁର, (୨୧/୩) : ଆ.ପ୍ର. : ଆଜି ବିଶ୍ୱ ବନ ଦିବସ । ଏହି ପରିପେକ୍ଷୀରେ ଆଜି ରାୟଗଡା ଜିଲ୍ଲା ବନଖଣ୍ଡର ମୁନିଗୁଡା ବନାଞ୍ଚଳ ପକ୍ଷରୁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବିଶ୍ଵ ବନ ଦିବସ ପାଳିତ ଅବସରରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା ।
୧୩ ତମ ବିଶ୍ବ ବନ ଦିବସରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପୁରସ୍କୃତ । ଏହି ଅବସରରେ ରାୟଗଡା ବନଖଣ୍ଡ ଅଧିକାରୀ ସଚିନ ଅନାସାହେବ ଓହଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତୁଳନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରି ଆଜି ଏହି ଦିବସରେ ପୁରସ୍କୃତ କରିଛନ୍ତି । ବିଶ୍ବ ବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର୍ ଡ଼ଃ ପ୍ରେମଂଶୁ ଶେଖର ରଥ ଯୋଗ ଦେଇ ମୁଖ୍ୟ ଅତିଥିଙ୍କ ଠାରୁ ମାନପତ୍ର ସହ ଦଶ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି ।
ଏହି ସଭାରେ ସମ୍ମାନୀୟ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ, ସନ୍ଦୀପ କୁମାର ପୃଷ୍ଟି ଓ ସତୀଶ ଧାରୁଆ, ପ୍ରୋବେସନାରୀ ଅଧିକାରୀ ପ୍ରତୀକ ପ୍ରକାଶ ହିଣ୍ଡଲକୋ, ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର, ଅନିଲ କୁମାର ବଳ ସମତେ ରାୟଗଡା ଜିଲ୍ଲାର ଅନ୍ୟାନ୍ୟ ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ ଉପସ୍ଥିତ ଥିଲେ । ଏହି ସଫଳତା ପାଇଁ ବିଶ୍ଵବିଦ୍ୟାଳୟର ସଭାପତି ଡ଼ଃ. ସତ୍ୟ ପ୍ରକାଶ ପଣ୍ଡା , ଉପ ସଭାପତି ଡ଼ଃ. ଚନ୍ଦ୍ରଧ୍ୱଜ ପଣ୍ଡା, ମହା ନିର୍ଦ୍ଦେଶକ ଡ଼ଃ. ଜଗଦୀଶ ପଣ୍ଡା, କୁଳପତି ଡ଼ଃ. ଏ.ଭି.ଏନ.ଏଲ ଶର୍ମା , ରେଜିଷ୍ଟ୍ରାର ଡ଼ଃ. ଏନ.ଭି. ଜଗନ୍ନାଥ ରାଓ ପ୍ରମୁଖ ବିଶ୍ବବିଦ୍ୟାଳୟ ଟିମକୁ ଶୁଭେଛା ଓ ଶୁଭ କାମନା ଜଣାଇଛନ୍ତି ।