32.9 C
Balāngīr
Friday, April 25, 2025

୧୪ଲକ୍ଷ ଟଙ୍କାରେ ନିର୍ମିତ ବ୍ରାହ୍ମଣୀର ଦୁଇ ଅଙ୍ଗନୱାଡ଼ି କେନ୍ଦ୍ର ୨ବର୍ଷ ହେବ ଅସମ୍ପୂର୍ଣ୍ଣ,

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ଶିକ୍ଷାରୁ ବଞ୍ଚିତ କୁନି କୁନି ଶିଶୁ..ଗ୍ରାମର ମହିଳାମାନେ ପୁଣି ବିଡ଼ିଓଙ୍କ ଦ୍ବାରସ୍ଥ..
ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୦୯/୧୨/୨୪): ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ୧୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଚାଲିଥିବା ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ଦୁଇ ବର୍ଷ ପରେ ବି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଥିବାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ସୋମବାର ଗ୍ରାମର ମହିଳାମାନେ ପୁଣି ଥରେ ବ୍ଲକ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଛନ୍ତି।d0b9c4ba 5e16 4499 8312 5afa31c0191c ୧୪ଲକ୍ଷ ଟଙ୍କାରେ ନିର୍ମିତ ବ୍ରାହ୍ମଣୀର ଦୁଇ ଅଙ୍ଗନୱାଡ଼ି କେନ୍ଦ୍ର ୨ବର୍ଷ ହେବ ଅସମ୍ପୂର୍ଣ୍ଣ,

ଏହାପୂର୍ବରୁ ଗତ ୨୫/୦୯/୨୦୨୪ ଦିନ ଅନୁଷ୍ଠିତ ବ୍ଲକସ୍ତରୀୟ ମନରେଗାର ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିରରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହି ଅସମ୍ପୂର୍ଣ୍ଣ କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଥିଲେ। ବ୍ରାହ୍ମଣୀର ଦୁଇ ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ୨ବର୍ଷ ହେବ ଅସମ୍ପୂର୍ଣ୍ଣ ଥିବାକୁ ନେଇ ଦାୟିତ୍ୱରେ ଥିବା ଜିଆରଏସ,ପିଇଓ ଓ ଜେଇଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।ବିଧାୟକଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଠିକାଦାର କାମ ସମ୍ପୁର୍ଣ୍ଣ କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୨ମାସ ପରେ ବି କାମ ଆରମ୍ଭ ନ ହେବାରୁ ଗ୍ରାମବାସୀ ପୁଣି ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି।ବ୍ରାହ୍ମଣୀ ଗ୍ରାମର ଉଭୟ (କ) ଓ (ଖ) ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଗତ ୨୦୨୧-୨୨ଆର୍ଥିକ ବର୍ଷରେ ସମାନ ଭାବରେ ମନରେଗାରୁ ୫ଲକ୍ଷ ଓ ମହିଳା ଓ ଶିଶୁ ବିକାଶ ବିଭାଗରୁ ୨ଲକ୍ଷ ଏପରି ମୋଟ ୭ଲକ୍ଷ ସହ ଦୁଇ କେନ୍ଦ୍ର ପାଇଁ ସର୍ବମୋଟ ୧୪ଲକ୍ଷ ଟଙ୍କା ଅନୁଦାନ ଆସିଥିଲା।

ଦୀର୍ଘ ୨ବର୍ଷ ହେବ ଦୁଇ କେନ୍ଦ୍ରର କୋଠା କାମର କେବଳ ଛାତ ପଡ଼ିଛି।ଶ୍ରମିକଙ୍କୁ ମଜୁରୀ ଅର୍ଥ ମିଳିନାହିଁ, ଝରକା,କବାଟ ଲାଗି ନାହିଁ,କାନ୍ଥ ପ୍ଲାଷ୍ଟର ହୋଇନି ଓ କାମ ମଧ୍ୟ ଅସମ୍ପୂର୍ଣ୍ଣ ଭାବେ ପଡ଼ିରହିଛି ବୋଲି ମହିଳାମାନେ ଲିଖିତ ଅଭିଯୋଗ କରିଛନ୍ତି।ଫଳରେ ଗ୍ରାମର ଉଭୟ କେନ୍ଦ୍ରରେ ପ୍ରାକ୍ ପ୍ରାଥମିକ ଶିକ୍ଷା ଗ୍ରହଣରୁ ଶତାଧିକ କୁନି କୁନି ଶିଶୁ ବଞ୍ଚିତ ହେଉଛନ୍ତି।ସେମାନେ ସ୍କୁଲର ବାରଣ୍ଡାରେ ବସି କେବେ ନୂଆଁ କୋଠାକୁ ଯିବେ ଦିନ ଗଣୁଛନ୍ତି। ୧୪ଲକ୍ଷ ଟଙ୍କାର ଉଭୟ ଅଙ୍ଗନୱାଡି କେନ୍ଦ୍ରକୁ ବ୍ଲକ କଟାଡୁଙ୍ଗୁରୀ ଗ୍ରାମର ନନ୍ଦ ବାଗ ନାମକ ଜଣେ ଠିକାଦାର କରୁଥିବା ବେଳେ ଏହାକୁ ୨ବର୍ଷ ହେବ ଅସମ୍ପୂର୍ଣ୍ଣ ଭାବେ ପକାଇରଖିଥିବା ମହିଳାମାନେ ଲିଖିତ ରୂପେ ଗୁରୁତର ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ସମ୍ପର୍କରେ ବିଡ଼ିଓ ବାସନ୍ତୀ ସେଠୀଙ୍କୁ ପଚାରିବାରୁ ଅସମ୍ପୂର୍ଣ୍ଣ କୋଠା କାମ ଶୀଘ୍ର ସମ୍ପୁର୍ଣ୍ଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।ଗ୍ରାମର ଭୀମସେନ ଭୋଇଙ୍କ ନେତୃତ୍ବରେ ଗ୍ରାମର ବାସନ୍ତୀ ରଣା, ସସ୍ମିତା ଭୋଇ, ସନ୍ତୋସିନି ପଧାନ, ବବିତା ଭୋଇ, ଭୂମିଶୁତା ପଧାନ ଓ ଦୁଲଣା ଭୋଇଙ୍କ ସହ ବହୁ ସଂଖ୍ୟକ ମହିଳା ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...