32.9 C
Balāngīr
Saturday, July 12, 2025

୧୫ ବର୍ଷ ପରେ ଦିନିକିଆ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯିବ ଭାରତୀୟ ଟିମ୍‌ !

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୬/୧୦) : ଭାରତୀୟ କ୍ରିକେଟ୍‌ ଟିମ୍‌ ୨୦୦୮ ପରେ ପାକିସ୍ତାନ ଗସ୍ତ କରିନାହିଁ । କିନ୍ତୁ ୨୦୨୩ ରେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ୧୫ ବର୍ଷ ପରେ ପାକିସ୍ତାନ ଯିବାକୁ ପଡ଼ିପାରେ । ଶୁକ୍ରବାର ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ ବୈଠକରେ ୨୦୨୩ ରେ ହେବାକୁ ଥିବା ଏସିଆ କପ୍‌ର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୩ ରେ ଦିନିକିଆ ବିଶ୍ୱକପ୍‌ ମ୍ୟାଚ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି । ଏହି କ୍ରମରେ ପାକିସ୍ତାନ ଟିମ୍‌ ଭାରତ ଆସିବାର ସମ୍ଭାବନା ମଧ୍ୟ ରହିଛି । ୧୫ ବର୍ଷ ପରେ ଦିନିକିଆ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯିବ ଭାରତୀୟ ଟିମ୍‌ | ଅନ୍ୟପଟେ ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

କ୍ରିକ୍‌ବୁଜ୍‌ରୁ ମିଳିଥିବା ଖବର ଅନୁଯାୟୀ, ଆଇ.ସି.ସି. ବୈଠକରେ ପାକିସ୍ତାନକୁ ଏସିଆ କପ୍‌ ଆୟୋଜନର ଦାୟିତ୍ୱ ଦିଆଯାଇଛି । ୨୦୨୨ ରେ ଶ୍ରୀଲଙ୍କା ଏସିଆ କପ୍‌ର ଆୟୋଜନ କରିବ । ଆଉ ଏହା ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଖେଳାଯିବ । ବିସିସିଆଇ ଅଧ୍ୟକ୍ଷ ଜୟ ଶାହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତି ହୋଇଛି । ତେବେ ପାକିସ୍ତାନ ପୂର୍ବରୁ ସ୍ପଷ୍ଟ କରିଛି ଯେ, ଘରୋଇ ମ୍ୟାଚ୍‌ ଗୁଡ଼ିକ ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜିତ କରିବ ନାହିଁ ।

ସୂଚନା ଅନୁସାରେ ପିସିବି ଓ ବିସିସିଆଇ ଉଭୟ ଏହି ନିଷ୍ପତି ଉପରେ ପୁଷ୍ଟି କରିଛନ୍ତି । ଖୁବ୍‌ଶୀଘ୍ର ଏହାର ଶିଡ୍ୟୁଲ ସାମ୍ନାକୁ ଆସିବ । ପିସିବିର ଚେୟାରମ୍ୟାନ୍‌ ରାମିଜ ରାଜା ମଧ୍ୟ ବୈଠକରେ ସାମିଲ ଥିଲେ । ବିଗତ ଦିନରେ ସୁରକ୍ଷା ଦୃଷ୍ଟି କୋଣରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତ ରଦ୍ଦ କରିଥିଲେ ।

ଭାରତୀୟ କ୍ରିକେଟ୍‌ ଦଳ ଶେଷ ଥର ପାଇଁ ୨୦୦୮ରେ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଯାଇଥିଲା । ସେତେବେଳେ ମଧ୍ୟ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମାତ୍ର ଦୁଇ ଥର ସାମ୍ନା- ସାମ୍ନି ହୋଇଥିଲେ । ଗୋଟିଏ ମ୍ୟାଚ୍‌ରେ ଭାରତ ଓ ଅନ୍ୟ ମ୍ୟାଚ୍‌ରେ ପାକିସ୍ତାନକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଟିମ୍ ଇଣ୍ଡିଆକୁ ଯେଉଁ ମ୍ୟାଚ୍‌ରେ ବିଜୟ ହାସଲ ହୋଇଥିଲା, ସେହି ମ୍ୟାଚ୍‌ରେ ସେହୱାଗ୍‌ ୧୯୯ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ସୁରେଶ ରୈନା ମଧ୍ୟ ୮୪ ରନ୍‌ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କ ମନ ମୋହିଥିଲେ ।

ପାକିସ୍ତାନରେ ଉଭୟ ଟିମ୍‌ ମଧ୍ୟରେ ହୋଇଥିବା ସମସ୍ତ ଦିନିକିଆ ମ୍ୟାଚ୍‌ ଉପରେ ଯଦି ନଜର ପକାଇବା, ତେବେ ସବୁବେଳେ ଆୟୋଜକ ଦଳର ପଲ୍ଲା ଭାରି ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ମୋଟ ୨୭ ଟି ଦିନିକିଆ ମ୍ୟାଚ୍‌ ଖେଳାଯାଇଛି । ସେଥିରୁ ଭାରତ ୧୧ ଟି ଓ ପାକିସ୍ତାନ ୧୪ ମ୍ୟାଚ୍‌ରେ ବିଜୟ ହୋଇଛି । ଦୁଇଟି ମ୍ୟାଚ୍‌ର ରେଜଲ୍ଟ ପ୍ରକାଶ ପାଇ ନାହିଁ । ତିନୋଟି ଯାକ ଫର୍ମାଟ୍‌ର କଥା କହିବା ଯଦି, ପାକିସ୍ତାନରେ ମୋଟ ୫୩ ଟି ମ୍ୟାଚ୍‌ ଖେଳିଛି ଭାରତ ସେଥିମଧ୍ୟରୁ ୧୩ ଟିରେ ବିଜୟ ହୋଇଛି । ୨୧ଟି ମ୍ୟାଚ୍‌ରେ ପରାଜିତ ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...