ସୁବର୍ଣ୍ଣପୁର, (୧୨/୦୪) ଆ.ପ୍ର : ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଚିଫ ମିନିଷ୍ଟର ଟ୍ରଫି ଫୁଟବଲ୍ ଚମ୍ପିଅନସିପ ୨୦୨୫ ର ଷଷ୍ଠ ଦିବସ ରେ ତିନି ଗୋଟି ମ୍ୟାଚ ଅନୁଷ୍ଟିତ ହୋଇ ଯାଇଛି l
ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟ କୁ ମୁଖ୍ୟ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଇନ ଚାର୍ଜ ତଥା ଅଣ୍ଡର ଫିଫ୍ଟିନ ସିଲେକ୍ଟର ଯୁବ କ୍ରୀଡା ବିଭାଗ ଓଡ଼ିଶା ଗଙ୍ଗାଧର ବେହେରା ଯୋଗ ଦେଇ ଖେଳ କୂ ଉଦଘାଟନ କରିଥିଲେ l
ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ସଂପାଦକ ପ୍ରତୀକ କର, ବରିଷ୍ଠ ବିଜେପି ନେତା ପ୍ରମୋଦ କୁମାର ମହାପାତ୍ର, ଜିଲ୍ଲା ବିଜେପି ମିଡ଼ିଆ ପ୍ରଭାରୀ ନିରଞ୍ଜନ ତ୍ରୀପାଠୀ, ଜିଲ୍ଲା କ୍ରୀଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ଉପ ଦେଷ୍ଟା ଦିଗାମ୍ବର ଶତପଥୀ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ସାମ୍ୱାଦିକ ନିରଞ୍ଜନ ମିଶ୍ର, ପ୍ରାଇ ଭେଟ ବସ ସଂଘ ସଭାପତି ଦୀପକ ମହାପାତ୍ର, କାଉନ ସିଲର ଗଙ୍ଗା ତରିଆ, ସୁକାନ୍ତ ସାହୁ, ବିଜେପି ନଗର ସଭାପତି ସୁରେଶ ବିଶ୍ଵାଳ, ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର ଅତିଥି ଭାବରେ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରି ରାଜ୍ୟ ସରକାର ଙ୍କ ଏ ଅୟୋଜନ କୁ ପ୍ରସଂଶl କରିଥିଲେ l ଓ ଏ ଜିଲ୍ଲା ରୁ ଅନେକ ଯୁବ କ୍ରୀଡା ପ୍ରତିଭା ୧୫ ବର୍ଷ ରୁ କମ୍ ଫୁଟବଲ ଖେଳାଳୀ ରାଜ୍ୟ ତଥା ଜାତୀୟ ସ୍ତର କୁ ଚୟନ ହେବା ର ଆଶା ଉଜ୍ବଳ ଅଛି ବୋଲି କହି ଥିଲେ l
ଭଲ ପାଠ ସହିତ ଭଲ ଫିଟନେସ ମଧ୍ୟ ଜରୁରୀ ବୋଲି ଡେପୁଟି କଲେକ୍ଟର ଶ୍ରୀ କର ପ୍ରକାଶ କରିଥିଲେ l ସମସ୍ତ ଅତିଥି ଙ୍କୁ ଆୟୋଜକ ଜିଲ୍ଲା କ୍ରିଡ଼ା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲା ରବିଭିନ୍ନ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେଇ ଥିବା ବେଳେ ଆଜି ର ପ୍ରଥମ ମ୍ୟାଚ୍ ବି ଏସ ଏ ଉଲୁଣ୍ଡା ଓ ରାମ ଧୂନ୍ କ୍ଲବ୍ (ଏ) ମଧ୍ୟରେ ଅନୁଷ୍ଟିତ ହୋଇ ଥିବା ବେଳେ କଙ୍କାଳି ଏଫ୍ ସି ଜନମୁରା ଓ ରାମ ଧୂନ୍ କ୍ଲବ୍ (ସି ) ମଧ୍ୟରେ ତୃତୀୟ ମ୍ୟାଚ , ରାମ ଧୂନ୍ କ୍ଳବ୍ ( ବି ) ଓ ରାମଜୀ କ୍ଲବ୍ ନିମ୍ନା ମଧ୍ୟ ରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି l ପ୍ରଥମ ମ୍ୟାଚ୍ ରେ ଉଲୁଣ୍ଡା ଦଳ ୧-୦ ଗୋଲ୍ ରେ ବିଜୟୀ ହୋଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ରମଧୁନ୍ ଓ ନିମ୍ନା ( ବି) ଅମିମାଂସିତ ରହିଥିଲା l ଓ ତୃତୀୟ ମ୍ୟାଚ ରେ ଜନ ମୁରl ଦଳ ୧- ୦ ଗୋଲ ରେ ବିଜୟୀ ହୋଇଛି l ପ୍ରଥମ ଦ୍ବିତୀୟ ମ୍ୟାଚ କୁ ମୁଖ୍ୟ ରେଫରୀ ଭାବେ ଅନିଲ ଭୋଇ , ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗି ରେଫରି ଭାବେ ରାଜେଶ ଥନlପତି, ନରେଶ ମାଝୀ ଓ ତୃତୀୟ ନ୍ୟାଚ କୁ ସଞ୍ଜୀବ ସାହୁ ମୁଖ୍ୟ ରେଫରି, ଅନିଲ ଭୋଇ ଅନିତା ମହାକୁଡ , ପ୍ରଶାନ୍ତ ସେଠି ଖେଳ ପରି ଚାଳନା କରିଥିଲେ l
ପ୍ରତି ମ୍ୟାଚ୍ ରେ ମ୍ୟାଚ୍ କମିଶନର ଭାବେ ଜିତେନ୍ଦ୍ର ଥନାପତି ଦାୟିତ୍ବ ନିର୍ବାହ କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ପରିଚୟ ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱାଵଧାନ ରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ଙ୍କ ସମେତ ଚନ୍ଦନ , ରଂଜୁ, ଅନିଲ, ଶିବ, ଚାହଦ, ରବି, ଚୈତ୍ୟନ୍ୟ, କିରଣ, ସଦା, ପୁରେନ, କଲିମ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l