32.9 C
Balāngīr
Friday, April 25, 2025

୧୫ ହଜାରରୁ ଅଧିକ ଗଛ ଜଳିଗଲା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡା, (୨୭/୦୨) : ଜଳିଗଲା ୧୫ହଜାରରୁ ଅଧିକ ଗଛ । ଏପରି ଗୋଟିଏ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସହର ନିକଟସ୍ଥ ମାଳିମୁଣ୍ତାରେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

କେହି ଜଣେ ଦୃବୁର୍ତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରୁଛି ବନବିଭାଗ । ଇକୋ ପାର୍କରେ ୨୦୧୭ରୁ ୨୦୨୧ ମଧ୍ୟରେ ଲାଗିଥିଲା ଏହି ୧୫ ହଜାର ଗଛ । ପରବର୍ତ୍ତୀ ସମୟରେ ଏହିଭଳି ପାଖାପାଖି ଆଉ ୭ ହଜାର ଗଛ ଲଗାଇ ଥିଲା ବନ ବିଭାଗ । ଗତ ସପ୍ତାହକ ମଧ୍ୟରେ ୩ ଥର ନିଆଁ ଲାଗି ପ୍ରାୟ ୧୫ହଜାର ଗଛ ପୋଡି ନଷ୍ଟ ହୋଇଛି । ଏଥିରେ ବଡ଼ ବଡ଼ ଆମ୍ବ, ଲିମ୍ବ, ଶିଶୁ, ଶାଗୁଆନ ଭଳି ଗଛ ପୋଡି ଯାଇଥିଲା ବେଳେ ହଜାର ହଜାର ଗଛର ପତ୍ର ଓ ଡାଳ ପୋଡି ଯାଇଥିଲା । ଫଳରେ ଏହି ଗଛ ବଞ୍ଚିବା ଆଶା ମଧ୍ୟ କ୍ଷୀଣ । ଏହାକୁ ନେଇ ଗଛ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତିକ୍ରିୟା ଦେଇ ପରୋକ୍ଷରେ ବନ ବିଭାଗକୁ ଦାୟୀ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...