32.9 C
Balāngīr
Wednesday, April 23, 2025

୧୬ତମ ସର୍ବଭାରତୀୟ ରାମ ଧୂନ୍ କ୍ଳବ୍ ଫୁଟବଲ ଚାମ୍ପିଅନସିପ୍ ଉଦଘାଟିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୨) : ସୋନପୁର ରାମଧୂନ କ୍ଲବ ଆନୁକୂଲ୍ୟରେ ୧୬ତମ ସର୍ବ ଭାରତୀୟ ରାମଧୂନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି lWhatsApp Image 2025 02 17 at 19.43.02 ୧୬ତମ ସର୍ବଭାରତୀୟ ରାମ ଧୂନ୍ କ୍ଳବ୍ ଫୁଟବଲ ଚାମ୍ପିଅନସିପ୍ ଉଦଘାଟିତ

ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳର ଉଦଘାଟନ କରିବା ସହ ଖେଳାଳୀ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ , ପୌର ପରିଷଦ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ପ୍ରାକ୍ତନ ପୌର ପରିଷଦ ଅଧ୍ୟକ୍ଷ କଇରୁ ସ୍ବାଇଁ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା କ୍ରିଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ବିଜେପି ନଗର ସଭାପତି ସୁରେଶ୍ ବିଶ୍ଵାଳ, କାଉନସିଲର ସୁକାନ୍ତ ସାହୁ ଓ ସମସ୍ତ ଫୁଟବଲ୍ ଟିମର ପ୍ରାୟୋଜକ ଯୋଗଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l

ରାମଧୂନ କ୍ଲବର ସମ୍ପାଦକ ପୀୟୂଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାକୁ ଆୟୋଜକ କ୍ଳବ୍ର ମିଡିଆ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିଲେ l କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ର ଜୁନିଅର୍ ଛାତ୍ର ଓ ଆୟୋଜକ କମିଟି ରାମ ଧୁନ୍ କ୍ଳବ୍ ସଦସ୍ୟଙ୍କ ଦ୍ବାରା ଜିଲ୍ଲାପାଳ, ସମସ୍ତ ଅତିଥି ଓ ଖେଳାଳୀଙ୍କୁ ଭବ୍ୟ ସ୍ବାଗତ କରଯାଇଥିଲା l ଶେଷରେ ବିକାଶ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l

ଚଳିତ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଖୁବ୍ ଆକାର୍ଷଣୀୟ କରାଯାଇଥିବା ବେଳେ ହଜାର ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିଲେ l ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଗାନ୍ଧୀ ଷ୍ଟାଡ଼ିୟମରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆଜି ଉଦଘାଟନୀ ମ୍ୟାଚ କଟକ ମା ମଙ୍ଗଳା କ୍ଳବ୍ ଓ ବରଗଡ ୟୁନାଇଟେଡ କ୍ଳବ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳରେ ଶେଷ ଦଶ ମିନିଟ ଯାଏଁ କଟକ ଦଳ ୨-୦ ରେ ଆଗୁଆ ଥିଲା l କିନ୍ତୁ ବରଗଡ ଦଳ ଶେଷ ପର୍ଯ୍ୟାୟରେ ୨ ଟି ଗୋଲ ସ୍କୋର କରି ଖେଳକୁ ବରାବର କରି ମ୍ୟlଚକୁ ଖୁବ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚାଇଥିଲେ l

ଶେଷରେ ଟ୍ରାଇ ବ୍ରେକରରେ ମଧ୍ୟ ଉଭୟ ଦଳ ସମାନ ସ୍ଥିତିରେ ପହଞ୍ଚିଥିଲେ l ଶେଷରେ ସଡନ୍ ଡେଥରେ ୬-୫ ଗୋଲରେ କଟକ ମା ମଙ୍ଗଳା ଦଳ ବିଜୟୀ ହୋଇଥିବା ବେଳେ କଟକ ଦଳର ଦୀନବନ୍ଧୁ ଦାସ ଜର୍ସି ନମ୍ୱର୍ ୧୦ ଖେଳାଳୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା l

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...