32.9 C
Balāngīr
Wednesday, April 30, 2025

୧୯ରେ ଆଉ ଏକ ଲଘୁଚାପ; ସପ୍ତାହେ ଛେଚିବ

Must read

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୭/୦୭) : ଗୋଟିଏ ଲଘୁଚାପ ନ ଯାଉଣୁ, ଆସୁଛି ଆଉ ଏକ ଲଘୁଚାପ । ଗତ ସୋମବାର ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ର ସଂଲଗ୍ନ ଉତ୍ତରପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ୧୯ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗର ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ଆଗାମୀ ୭ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । ସେହିପରି ଆଜି ଅନେକ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୮ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ , ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

- Advertisement -spot_img

More articles

- Advertisement -spot_img

Latest article

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ପାଣି ପାଇଁ ରାଜ ରାସ୍ତାରେ ମହିଳା

ଟିଟିଲାଗଡ଼, (୨୯/୦୪) : ଆପ୍ର. : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ...

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର, (୨୯/୦୪) : ଆପ୍ର. : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ବରମୁଣ୍ଡା ଅଞ୍ଚଳ ସ୍ଥିତ ଦଳିତ ସାହିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ଉକ୍ତ ଅଂଚଳର ରାହୁଲ...

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

ମୟୁରଭଞ୍ଜ, (୨୯/୦୪) : ଆପ୍ର. : ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦାର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା । ମୃତକ ହେଲେ...

ଅଶ୍ଳୀଳ ଭିଡିଓ ଦେଖିବା ପରେ ୪ ବର୍ଷୀୟା ଭାଣିଜୀକୁ ଦୁଷ୍କର୍ମ କରି ହତ୍ୟା, ମାମୁ ଗିରଫ

ଗଞ୍ଜାମ, (୨୯/୦୪) : ଆପ୍ର. : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁ କନ୍ୟାକୁ ନିଜ ମାମୁ...