32.9 C
Balāngīr
Tuesday, July 15, 2025

୧୯ରେ କୋଣାର୍କ ନୃତ୍ୟ ସଙ୍ଗୀତ ଉତ୍ସବ

Must read

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଣାର୍କ, (୧୪/୦୨) : ସ୍ବର୍ଗତ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଆସନ୍ତା ୧୯ ତାରିଖ ସଂଧ୍ୟାରେ କୋଣାର୍କ ୩୯ ତମ ନୃତ୍ୟ ସଙ୍ଗୀତ ଉତ୍ସବ-୨୦୨୫ ଅନୁଷ୍ଠିତ ହେବ ।

ଏହି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବରେ ପ୍ରଥମେ ଡିମିରିଶେଣାର ବାବା ବାଲୁଙ୍କେଶ୍ୱର ଘଣ୍ଟ ମର୍ଦ୍ଦଳ ଦଳଙ୍କ ପକ୍ଷରୁ ଘଣ୍ଟ ମର୍ଦ୍ଦଳ ପରିବେଷଣ କରାଯିବ । ତାପରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ଦ୍ଵାରା ପଞ୍ଚଦେବସ୍ତୁତୀ ପରିବେଶ କରାଯିବ । ପରେ ପରେ ନିମାପଡ଼ାର ନୃତ୍ୟଳୟା ଡାନ୍ସ ଏକାଡେମୀ ଏବଂ କୋଣାର୍କ ନାଟ୍ୟ ମଣ୍ଡପ କଳା କାର ମାନଙ୍କ ଦ୍ବାରା ଗୁରୁ ଗଙ୍ଗାଧର ବନ୍ଦନା ପରିବେଷଣ କରାଯିବ । ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସାଂସ୍କୃତିକ ସଂଧ୍ୟାର ପ୍ରଥମ ଚରଣରେ ଭୁବନେଶ୍ୱରର ବାଦ୍ୟବାଣୀ ଗୁରୁକୁଳ ପକ୍ଷରୁ ଗୁରୁ ଧନେଶ୍ଵର ସ୍ବାଇଁ ଏବଂ ସାଥୀଙ୍କ ଦ୍ୱାରା ମର୍ଦ୍ଦଳ ବାଦନ କରାଯିବ । ଦ୍ବିତୀୟ ଚରଣରେ କୋଲକତାର ସଙ୍କଳପ ନୃତ୍ୟୟନ ପକ୍ଷରୁ ଶ୍ରୀ ଶୁବିକାଶ୍ ମୂଖାର୍ଜୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ।

ଅନ୍ତିମ ଚରଣରେ ରଘୁରାଜପୁରର ଦଶଭୂଜା ଗୋଟିପୁଅ ନୃତ୍ୟ ଗୃପ୍ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ । ଏତଦବ୍ୟତୀତ ଦିନ ବେଳା କୋଣାର୍କ ସାହିତ୍ୟ ଉତ୍ସବ ପକ୍ଷରୁ ସାହିତ୍ୟ ଆସର ପୂର୍ବାହ୍ନ ୧୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଆୟୋଜିତ ହୋଇବ । ଏସମ୍ପର୍କରେ ଆଜି କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ପ୍ରଦାନ କରାଯାଇଛି । ଏ‌ହି ସାମ୍ବାଦିକ ସମ୍ମିଳନୀରେ କୋଣାର୍କ ନାଟ୍ୟ ମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ, ମାର୍ଗଶକ ଉମେଶ ଚନ୍ଦ୍ର ସ୍ବାଇଁ, ବରିଷ୍ଠ ଗୋଟିପୁଅ ସଙ୍ଗୀତ ଗୁରୁ ଜୟକୃଷ୍ଣ ନାୟକ, ଉପସଭାପତି ଡଃ ରମଣିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ସୋନପୁର କଲେଜର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଭେଟିଲେ ପୁରାତନ ଛାତ୍ରଛାତ୍ରୀ ସଂଘ ର ଏକ ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଂଘର ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ଦଳ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ...

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ...

ବୀରମହାରାଜପୁର ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର...

ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ

ପୁରୁଷୋତ୍ତମପୁର, (୧୫/୦୭) :ଆପ୍ର. : ପୁରୁଷୋତ୍ତମପୁର ରଥସାହି ରେ ଦୀର୍ଘ ୩୫୦ ବର୍ଷ ରୁ ଅଧିକ ସମୟ ଧରି ବିଜେ କରିଥିବା ଜଗନ୍ନାଥ ମନ୍ଦିର ର ନବୀକରଣ ପାଇଁ ପୁରୀ ମୁକ୍ତି ମଣ୍ଡପ...