32.9 C
Balāngīr
Wednesday, April 23, 2025

୧୯୮୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଓ ଅତୀତର ସ୍ମୃତି ଚାରଣ

Must read

ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡ଼ା, (୨୫/୧୨) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ଆଜି ସୁନାମଧନ୍ୟ ମୁନିଗୁଡ଼ା ହାଇସ୍କୁଲର ୮୬ ବ୍ୟାଚର ମାଟ୍ରିକ ବିଦ୍ୟାର୍ଥୀ ମାନଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ସାମ୍ବାଦିକ ସିମାଞ୍ଚଳ ପଣ୍ଡା ଓ କ୍ରୀଡା ଅଧ୍ୟାପକ ଚତୁର୍ଭୁଜ ବଞ୍ଛରଙ୍କ ସଂଯୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସେସମୟର ଅନେକ ବିଦ୍ୟାର୍ଥୀ ଆଜି ଉତ୍ସବରେ ଉପସ୍ଥିତ ରହି ଆଜିର ପବିତ୍ର ଦିନରେ ଜନ୍ମିତ ଜସସ୍ୱୀ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ ତାଙ୍କ କାଳଜୟୀ କୃତିର ସ୍ମୃତିଚାରଣ କରିଥିଲେ । ପରେ ସମସ୍ତ ବନ୍ଧୁମାନେ ପରସ୍ପରକୁ ଭଗବାନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଖ୍ରୀଷ୍ଟମାସର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସଭିଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରଭୁଙ୍କ ଆଶ୍ରିବାଦ କାମନା କରିଥିଲେ । ୮୬ ଵ୍ୟାଚର ସେସମୟର କମଳମତି ବାଳକ ଆଜି ମୁନିଗୁଡାର ପ୍ରତିଷ୍ଠିତ ବ୍ୟବସାୟୀ ସୁରେଶ ଜୈନ ସମସ୍ତ ବନ୍ଧୁ ମାନଙ୍କୁ ବିଦ୍ୟାର୍ଥୀ ଜୀବନର ଦୂର ଅତୀତକୁ ଫେରାଇ ନେଇ ସଭିଙ୍କୁ କିଛି ମୁହୂର୍ତ୍ତ କ୍ଲାସ ରୁମ ,ଖେଳ ପଡିଆ,ବିଦ୍ୟାଳୟ ଖଟି ଆଉ ଅନେକ ଖଟା ମିଠା ସ୍ମୃତିଭରା ପରିବେଶ ମଧ୍ୟରେ ଆବଦ୍ଧ କରିଦେଇଥିଲେ ।

ଆଜି ଅନେକ ଅପାଶୋରା ସ୍ମୃତି ରୋମନ୍ଥନ କଲାବେଳେ ଅନେକ ବନ୍ଧୁ ଅଶ୍ରୁ ସଜ୍ଜଳ ହୋଇ ଉଠିଥିଲେ।ମୀନ ଗୌଡ଼ କହୁ କହୁ କହି ଉଠିଥିଲେ ସେ ବିଦ୍ୟାର୍ଥୀ ସମୟଟା ସେଇଠି ଅଟକି ଜାଇଥାନ୍ତାକି।କେତେ ଆତ୍ମୀୟତା ଆଉ ପ୍ରିତିଭରା ଥିଲା ହାଇସ୍କୁଲ ଜୀବନ । ଆଜି ପ୍ରତ୍ୟେକ ବନ୍ଧୁ ଗୋଟି ଗୋଟିକରି ଅନେକ ଅପାଶୋରା କଥାକୁ କହୁଥିବା ବେଳେ ସେମାନଙ୍କ ମୁହଁରେ ସେଦିନର ସେ କିଶୋର ଭାବ ଫୁଟି ଉଠିଥିଲା । ପରସ୍ପରକୁ ପରସ୍ପରର ଜଞ୍ଜାଳମୟ ଜୀବନ ଓ ପରିବାର ବିଷୟରେ ଅବଗତ କରାଇବା ବେଳେ ଅନେକ ପ୍ରତିଷ୍ଠିତ ବନ୍ଧୁ ଭିତରେ ଗରିବ ବନ୍ଧୁଟିଏ କିଛି ସମୟ ଭୁଲି ଯାଉଥିଲା ତା ଦାରିଦ୍ର୍ୟତା ଆଉ ଦୁଃଖର ଦନ୍ୟତାକୁ।ଆଜି ବନ୍ଧୁ ମାନଙ୍କ ମଧ୍ୟରେ ସୁଖ ଦୁଃଖ ବାଣ୍ଟିବା ବେଳେ ଦେଖା ଦେଇଥିଲା ଭଗବାନ ଶ୍ରୀକୃଷ୍ଣ ଓ ସୁଦାମ ମାନଙ୍କ ଅନାବିଳ ପ୍ରେମ ଓ ବନ୍ଧୁତ୍ୱ । ଅନେକ ପ୍ରତିଷ୍ଠିତ ବନ୍ଧୁ ସେମାନଙ୍କ କିଛି ବନ୍ଧୁ ମାନଙ୍କୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । କଥାରେ ଅଛି ଆବଶ୍ୟକ ସମୟରେ ସାହାଯ୍ୟ କରୁଥିବା ବନ୍ଧୁ ପ୍ରକୃତ ବନ୍ଧୁ।ଆଜିର ବନ୍ଧୁ ମିଳନ ଉତ୍ସବରେ ଏହାହିଁ ଦେଖିବାକୁ ମିଳିଥିଲା ।

ପ୍ରତିବର୍ଷ ଏହି ୮୬ ମାଟ୍ରିକ ବ୍ୟାଚର ଉତ୍ସବ ପବିତ୍ର ଡିସେମ୍ବର ୨୫ରେ ଆୟୋଜନ କରିବାକୁ ମୁରଲୀ ଗୁଡୁଲା ପ୍ରସ୍ତାବ ରଖିବାରୁ ସମସ୍ତ ବନ୍ଧୁ ସହର୍ଷ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ନାରାୟଣ ପଣ୍ଡା, ବିଜୟ ବେହେରା, ଦୀପକ ଦାସ,ତିରୁପତି ପାତ୍ର, ବାଳକୃଷ୍ଣ ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ଦିଲ୍ଲୀପ ଜେନା, ରବି ପ୍ରଧାନ ପ୍ରମୁଖ ପରିଚାଳନାରେ ସହାୟତା କରିଥିବା ବେଳେ ସୁରେଶ ଜୈନ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମସ୍ତ ବନ୍ଧୁମାନଙ୍କ ନିମନ୍ତେ ସୁସ୍ୱାଦୁ ଭୋଜନ ବ୍ୟବସ୍ଥା ହୋଇଥିଲା । ଦୂର ଦୁରାନ୍ତରୁ ୧୯୮୬ ବ୍ୟାଚର ଅନେକ ବିଦ୍ୟାର୍ଥୀ ବନ୍ଧୁ ଉପସ୍ଥିତ ରହି ମଧୁର ସ୍ମୃତିକୁ ତାଜା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...