ବ୍ରହ୍ମପୁର, (୧୭/୦୩) : ଆ.ପ୍ର. : ଗୋପାଳପୁର ଥାନା ବିଲୁ ଢାବା ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି ।
ବିଲୁ ଢାବା ନିକଟରେ ୨ଟି ସ୍କୁଟିକୁ ଗୋଟିଏ ପିକଅପ୍ ଭ୍ୟାନ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଆହତଙ୍କୁ ଉଦ୍ଧାର ପରେ ସେମାନଙ୍କୁ ଚିକିତ୍ସା ପାଇଁ ଏମକେସିଜିରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।