32.9 C
Balāngīr
Thursday, June 12, 2025

୨୨୦ ଲିଟର ମଦ ଜବତ, ଜଣେ ଗିରଫ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅବକାରୀ ବିଭାଗ ଓ ସୋନପୁର ମୋବାଇଲ ଟିମ୍ ପକ୍ଷରୁ ବେଆଇନ ଓ ଚୋରା ମଦ ବିକ୍ରି ବନ୍ଦ ପାଇଁ ଜୋରଦାର ଚଢାଉ ଜାରି ରଖିଛି l

ଡୁଙ୍ଗୁରିପାଲି ଥାନା ଚିନାଜୁରି ଏକ ରାସ୍ତାରେ OD 17 E 2501 Hero hf Deluxe ବାଇକ ଯୋଗେ ମଦ ଧରି ଆସୁଥିବା ଲିଙ୍ଗବାର୍ଣି ଗ୍ରାମର ଅମରେଶ ସାହୁ ଙ୍କୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ ତାଙ୍କ ପାଖରୁ ୨୨୦ ଲିଟର ବେଆଇନ ରନ୍ଧା ମଦ ବାହାରିଥିଲା l ବାଇକ ଓ ମଦ ଜବତ କରିବା ସହ ଅଭିଯୁକ୍ତ ଅମରେଶ କୁ ଗିରଫ କରଯାଇଥିଲା l ଏନେଇ ପି ଆର୍ କେସ ୧୧୯ /୨୦୨୪/୨୫ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ଅମରେଶ କୁ କୋର୍ଟ ଚାଲାଣ କରାଯାଇଥିଲା l କୋର୍ଟ ରେ ବେଲ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଥିବା ଅବକାରୀ ଅଧିକାରୀ ବଲଵୀର ଗଡନାୟକ ସୂଚନା ଦେଇଛନ୍ତି l

ଏହି ଚଢାଉ ରେ ଇନ୍ସପେକ୍ଟର ହରପ୍ରସାଦ ରଣା, ବିନିକା ଅବକାରୀ ଅଧିକାରୀ ବଲବିର ଗଡ଼ନାୟକ, ଜିଲ୍ଲା ଅବକାରୀ ଏସ ଆଇ ମୋବାଇଲଟିମ୍ ବିଶ୍ଵନାଥ ଭୋଇ, ଏ ଏସ ଆଇ ଡୋଳାମଣି ପଧାନ, ପ୍ରୁଥିରାଜ କଅଁର, ପିଣ୍ଟୁ ସାହୁ ଷ୍ଟାଫ ଭାଗ୍ୟବାନ କୁମ୍ଭାର, ସୀତାରାମ ପଧାନ, ସମୀର ମିଶ୍ର, ଆକlଶ ସାହୁ, ରିଙ୍କି ସେଠ, ନମିତା ବାଦି ପ୍ରମୁଖ ସାମିଲ ଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...