ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୦/୧) : ଆଜି ବୋରିଗୁମ୍ମା ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ୨୫ଟି ଅଭିଯୋଗର ଶୁଣାଣି କରି କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୂଖ୍ୟ ଅଭିଯୋଗ ମଧ୍ୟରେ ଦୀର୍ଘ ଦିନ ଧରି ତାଲା ପଡ଼ିଥିବା ଝିଲିମିଲି ବିଦ୍ୟାଳୟ କାର୍ଯ୍ୟାଳୟ ଶୀଘ୍ର ଖୋଲିବା ତଥା ଶିଷୟିତ୍ରୀ କଳ୍ପନା ସାହୁଙ୍କୁ ନିଯୁକ୍ତ କରିବା, ଗଣମାଧ୍ୟମ ରିପୋର୍ଟ ଗୁଡ଼ିକୁ ପ୍ରାଧାନ୍ୟ ଦେବା, ସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ, ଶିକ୍ଷକ ନିଯୁକ୍ତି, ଜମି ଅଧିଗ୍ରହଣ ଟଙ୍କା ପ୍ରଦାନ, ଡିଗ୍ରୀ କଲେଜ ଜମି ସମସ୍ୟା ସମାଧାନ, ବୋରିଗୁମ୍ମା ଠାରୁ ବିସିଂହପୁର ରାସ୍ତା ନିର୍ମାଣ, ଜଳ ଯୋଗାଣ ସମସ୍ୟା ସମାଧାନ, ଶିକ୍ଷକ ବଦଳି ଇତ୍ୟାଦି ବିଭିନ୍ନ ସମସ୍ୟା ନେଇ ୨୫ ଗୋଟି ଅଭିଯୋଗ ହସ୍ତଗତ ହୋଇଥିଲା । ଏଥିସହ ୧୭ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଥିବା ବେଳେ କିଛି ଦିବ୍ୟାଙ୍ଗଙ୍କୁ ଆଶାବାଡ଼ି ଓ ହ୍ୱିଲ ଚେୟାର ବଣ୍ଟନ କରା ଯାଇଥିଲା ।