ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୨) : କାଲିଠୁ ପୁଣି ବଢ଼ିବ ବର୍ଷାର ପରିମାଣ। ତେବେ ଆସନ୍ତା ୨୫ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ଗାଙ୍ଗେୟ ପଶ୍ଚିମବଙ୍ଗ ଓ ତେଲଙ୍ଗାନା ପର୍ଯ୍ୟନ୍ତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଆଜି ବାଲେଶ୍ବର ଓ ମୟୂରଭଞ୍ଜର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଓ ଘଡ଼ଘଡ଼ି ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ୧୧ ଜିଲ୍ଲାରେ ହାଲୁକାକୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦କିମି ବେଗରେ ପବନ ପାଇଁ ୩ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।