32.9 C
Balāngīr
Friday, June 13, 2025

୨୮୦ରୁ ଉର୍ଦ୍ଧ୍ୱ ବାଛୁରୀ ଉଦ୍ଧାର

Must read

ବାରିପଦା, (୦୫/୦୬) : ଆପ୍ର. : ଗୋ ଚାଲାଣ ମାମଲାରେ ମୟୁରଭଞ୍ଜ ପୋଲିସକୁ ବଡ଼ ସଫଳତା ମିଳିଛି । ଗୁରୁବାର ଚାଲାଣ ପାଇଁ ରଖାଯାଇଥିବା ପ୍ରାୟ ୨୮୦ରୁ ଉର୍ଦ୍ଧ୍ୱ ବାଛୁରୀଙ୍କୁ ଉଦ୍ଧାର କରିଛି ପୋଲିସ

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଦାହିବାଡ଼ି ଏବଂ ଗୋବିନ୍ଦରାୟପୁର ଗ୍ରାମରୁ ପୃଥକ ପୃଥକ ଚଢ଼ଉ କରି ବାଛୁରୀଙ୍କୁ ଉଦ୍ଧାର କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଓ ଦାହିବାଡ଼ି ଗ୍ରାମରେ ବାଛୁରୀଙ୍କୁ ବେଆଇନ ଚାଲାଣ ପାଇଁ ରଖାଯାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରସ୍ତୁତ କରାଯାଇଥିଲା ।

ବୁଧବାର ଭୋର ୪ଟା ସମୟରେ ପୋଲିସ ଟିମ୍ ଗୋବିନ୍ଦରାୟପୁର ଓ ଦାହିବାଡ଼ି ଗ୍ରାମରେ ଏକକାଳୀନ ଚଢ଼ଉ କରିଥିଲା । ପୋଲିସ ୨୮୦ରୁ ଅଧିକ ବାଛୁରୀଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଗୋରୁଙ୍କ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ କେତେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଚିକିତ୍ସା କରାଯାଇଛି ।

ଏହି ପୋଲିସ ଟିମରେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ, ବଡ଼ସାହି ଥାନା ଅଧିକାରିଣୀ ସ୍ଵର୍ଣ୍ଣଲତା ମିଞ୍ଜ, ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଓ ମୁରୁଡ଼ା ଥାନା ଅଧିକାରୀ ସୁମିତ ସୋରେନ ପ୍ରମୁଖ ସାମିଲ ଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...