32.9 C
Balāngīr
Monday, April 28, 2025

୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ, ଅପରାଧଠୁ ଅଲଗା ହେବ ଆଇନଶୃଙ୍ଖଳା

Must read

ଭୁବନେଶ୍ବର, (୨୪/୦୩) : ଆ.ପ୍ର. : ଅପରାଧଠୁ ଅଲଗା ହେବ ଆଇନଶୃଙ୍ଖଳା । ରାଜଧାନୀରେ ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବର କମିଶନରେଟ ପୋଲିସର ହେବ ନବକଳେବର । ୨ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ । ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡ଼ି । ଏଥିପାଇଁ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ । ପ୍ରତି ୟୁପିଡିରେ ୩ଟି ଜୋନ୍ ରହିବ । ଭୁବନେଶ୍ବର ପୂର୍ବ ୟୁପିଡିରେ ଜୋନ୍-୧, ଜୋନ୍-୨ ଓ ଜୋନ୍-୪ ରହିବ । ପଶ୍ଚିମ ୟୁପିଡିରେ ଜୋନ୍-୩, ଜୋନ-୫ ଓ ଜୋନ୍-୬ ରଖାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଗୃହ ବିଭାଗ ଅନୁମୋଦନକୁ ଅପେକ୍ଷା କରାଯାଇଛି । ତଥ୍ୟ ଅନୁସାରେ ୨୦୦୮ରେ ଯେତେବେଳେ କଟକ-ଭୁନେଶ୍ବର ପୋଲିସ କମିଶନରେଟ ଗଠନ ହେଲା ସେତେବେଳେ ରାଜଧାନୀର ଜନସଂଖ୍ୟା ଥିଲା ୧୨ ଲକ୍ଷ ୬୬ ହଜାର ୩୪୦ । ୨୦୨୪ ସୁଦ୍ଧା ଭୁବନେଶ୍ବର ଲୋକସଂଖ୍ୟା ଦୁଇଗୁଣାରୁ ଅଧିକ ବୃଦ୍ଧି ହୋଇ ୨୭ଲକ୍ଷ ୬୪ହଜାର ୪୮୮ରେ ପହଞ୍ଚିଛି । ଦିନକୁ ଦିନ ସହରରେ ବଢୁଥିବା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ସ୍ଥିତି, ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...