32.9 C
Balāngīr
Friday, April 25, 2025

୩୦ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୬/୧୨) : ୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ ।

ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଘଟିଛି । ଟ୍ରକଟି ବିଶାଖାପାଟଣାରୁ ସିମେଣ୍ଟ ନେଇ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା । ମାତ୍ର ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଥିବା ଏକ କଲଭର୍ଟ ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ଟି ୩୦ଫୁଟ୍ ତଳକୁ ଖସି ପଡିଥିଲା । ଚାଳକ ଜଣଙ୍କ ଦୀର୍ଘ ସମୟ ଧରି ଚାପି ହୋଇ ରହିବା ଯୋଗୁ ଘଟଣସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଟ୍ରକ୍‌ କାଟି ଚାଳକଙ୍କ ମୃତ ଶରୀରକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।ମୃତ ଚାଳକଙ୍କ ନାଁ ବୋନେଷନ୍ ଖାଁ ବୋଲି ଜଣାଯାଇଛି । ତାଙ୍କ ଘର ଝାଡ଼ଖଣ୍ଡ କୋଡରମା ଜିଲ୍ଲାର ଜିଲୋଡ଼ି ଗାଁରେ ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ ଦଶପଲ୍ଲା ପୁଲିସ ପହଞ୍ଚି ଦୁର୍ଘଟଣା ଘଟିଲା ତଦନ୍ତ ଚଳାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...