32.9 C
Balāngīr
Thursday, June 12, 2025

୩୦ଫୁଟ ପ୍ରଶସ୍ଥ ରାସ୍ତା ଦେବାପାଇଁ ରେଳ ବିଭାଗକୁ ଚାଟିକଣା ଅଞ୍ଚଳବାସୀଙ୍କ ଦାବୀ

Must read

ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡା, (୨୨/୮) : ରେଳ ବିଭାଗ ତରଫରୁ ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ୍ ଅନ୍ତର୍ଗତ ଚାଟିକଣା ଗ୍ରାମ ନିକଟରେ ଥିବା ବିଷମକଟକ ରେଳ ଷ୍ଟେସନର ଆଧୁନୀକରଣ ଓ ତୃତିୟ ଲାଇନ୍ ନିର୍ମାଣ କାର୍ଯ୍ୟ ଦିର୍ଘଦିନ ହେବ ଚାଲୁଅଛି, ଯାହାଫଳରେ ନୁତନ ପ୍ଲାଟଫର୍ମ ନିର୍ମାଣ ପରେ ଏହାର ପାଚେରୀ ନିର୍ମାଣ କାମ ଚାଲୁଅଛି ।

୩୦ଫୁଟ ପ୍ରଶସ୍ଥ ରାସ୍ତା ଦେବାପାଇଁ ରେଳ ବିଭାଗକୁ ଚାଟିକଣା ଅଞ୍ଚଳବାସୀଙ୍କ ଦାବୀ । ହେଲେ ଚାଟିକଣା ଗ୍ରାମଠାର ଆଦିବାସୀ ସାହି ନିକଟରେ ଯେଉ ରାସ୍ତାଟି ଅଛି ତାହା ଅଣଓସାରିଆ ହେବାରେ ଲାଗିଛି । ଏହି ରାସ୍ତା ଦେଇ ଚାଟିକଣା ଓ କୁର୍ଲୀ ପଞ୍ଚାୟତ ର ଅନେକ ଗ୍ରାମ ଥିବାବେଳେ ଏହି ରାସ୍ତାେଦଇ ପ୍ରତିଦୀନ ଶହଶହ ଲୋକ, ଟ୍ରାକଟର୍ ଓ ଜନ ସାଧାରଣ ଯାତାୟତ କରିଥାନ୍ତି । ତେଣୁ ଆଜି ଏହି ଅଞ୍ଚଳବାସୀ ମୁନିଗୁଡା ସ୍ଥିତ ରେଳବିଭାଗର ଅତିରିକ୍ତ ଡିଭିଜିନାଲ ଇଞ୍ଜିନିଅରଙ୍କ କାର୍ଯ୍ୟାଳୟ କୁ ଆସି ଏକ ଲିଖିତ ଭାବେ ଅନୁରୋଧ କରିଛନ୍ତି ଯେ ଏହି ରାସ୍ତାକୁ ୩୦ଫୁଟ ପ୍ରଶସ୍ଥ ରାସ୍ତା ଜନସାଧାରଣଙ୍କ ପାଇଁ ଦିଆଯାଉ । ଏହି ରାସ୍ତା ଦେବା ଫଳରେ ଆଦିବାସୀ ସାହି, ମାଳି ସାହି ଓ ଶବର ସାହି ବାସିନ୍ଦା ଉପକୃତ ହେବେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...