ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାଳଲହଡ଼ା, (୨୩/୦୨) : ବବର୍ରତାର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ୩୨ ବର୍ଷର ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।
ମହିଳାଙ୍କ ମୃତଦେହକୁ ନବନିର୍ମିତ ଅଙ୍ଗନବାଡ଼ି ଘରୁ ଠାବ କରାଯାଇଛି । ଏଭଳି ବିଭତ୍ସ କାଣ୍ଡ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ଘଟିଥିବା ନେଇ ଅଭିଯୋଗ ଆସିଛି । ଗଣ ଦୁଷ୍କର୍ମର ଶିକାର ହୋଇଥିବା ମହିଳା ହେଉଛନ୍ତି ପାଳଲହଡ଼ା ଅଞ୍ଚଳ । ତାଙ୍କର ଚାରୋଟି ସନ୍ତାନ ଅଛି । ତାଙ୍କ ପେଟ ପୋଷିବା ପାଇ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଡେରାପଥର ଗାଁରେ ବିଭିନ୍ନ ଲୋକଙ୍କର ଗାଇ ଚରାଇ ଏହି ଦମ୍ପତ୍ତି ପେଟ ପୋଷିଥାଆନ୍ତି । ଗତକାଲି ମହିଳା ଜଣକ ନିଜର ବି.ପି.ଏଲ୍ ଚାଉଳ ଉଠେଇବା ପାଇଁ ନିଜ ଗାଁକୁ ଆସିଥିଲେ ହେଲେ ଆଉ ଘରକୁ ଫେରି ନଥିଲେ । ସ୍ବାମୀ ପିଲାମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମହିଳାଙ୍କୁ ପାଇନଥିଲେ ।
କିନ୍ତୁ ଆଜି ସନ୍ଧ୍ୟା ସମୟରେ କିଛି ପିଲା ଅଙ୍ଗନବାଡ଼ି ବାରଣ୍ଡାରେ ଖେଳୁଥିବା ବେଳେ ମହିଳାଙ୍କର ଅର୍ଦ୍ଧ ଉଲଗ୍ନ ମୃତ ଶରୀର ପଡ଼ିଥିବାର ଦେଖିଥିଲେ। ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ପାଳଲହଡା ପୋଲିସ ଆଇଆଇସି ପ୍ରଦିପ କୁମାର ମହାନ୍ତ ଖବର ପାଇ ଘଟଣାସ୍ଥଳରେ ପହଂଚି ମହିଳାଙ୍କର ମୃତ ଦେହକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ତାକୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ଆଜି ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପଟେ ଅନୁଗୋଳ ଏସପି ରାହୁଲ ଜୈନ ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ।…