ଘଟଗାଁ, (୦୪/୦୭) : ଆପ୍ର. : କେନ୍ଦୁଝର ଜିଲ୍ଲା ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଗଞ୍ଜେଇ ସହ ଚୋରା କାରବାରରେ ସମ୍ପୁକ୍ତ ଥିବା ବେପାରିକୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତ ହେଲା ଘଟଗାଁର ସୌମ୍ୟରଂଜନ ସାହୁ ବୋଲି ଜଣାପଡିଛି । ତାଠାରୁ ୩କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ସୂଚନା ଥାଉକି ଦୀର୍ଘଦିନ ଧରି ସୌମ୍ୟରଂଜନ ଘଟଗାଁ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ଚଲାଇ ଆସୁଥିଲା । ଆଜି ଘଟଗାଁ ଖମଣମୁଣ୍ଡ ନିକଟରୁ ବ୍ୟାଗ ଭର୍ତ୍ତି ଗଞ୍ଜେଇ ସହ ସୌମ୍ୟରଂଜନକୁ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।