32.9 C
Balāngīr
Sunday, July 13, 2025

୪ଲକ୍ଷ ଟଙ୍କାରେ ସ୍ତ୍ରୀକୁ ଶଶୂରଘର ଲୋକେ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ସ୍ୱାମୀ ବଳରାମ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୧୮/୦୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ଭାଲେରି ଗ୍ରାମର ନରସିଂ ବାଗ ଙ୍କ ପୁଅ ବଳରାମ ବାଗ ତାଙ୍କ ସ୍ତ୍ରୀ ରଶ୍ମିତା ବାଗକୁ ତାଙ୍କ ଶଶୁର ଘର ଲୋକେ ୪ଲକ୍ଷ ଟଙ୍କା ରେ ବିକ୍ରି କରିଥିବା ନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ଉକ୍ତ ଅଭିଯୋଗ ପତ୍ର ରେ ବଳରାମ ବାଗ ମୁନିଗୁଡା ବ୍ଲକର ଅମ୍ବାଦଳା ଥାନା ରଘୁବାରି ପଞ୍ଚାୟତ ସଦର ଗୁରୁବାରୁ ଛାତ୍ରୀଆ ଙ୍କ ଝିଅ ରଶ୍ମିତା ଙ୍କୁ ପ୍ରାୟ ୧୪ବର୍ଷ ହେବ ପ୍ରେମ ବିବାହ କରିଥିଲେ । ତାଙ୍କ ଔରସରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଛି । ଘରର ଆର୍ଥିକ ଅଭାବ ଯୋଗୁଁ ବଳରାମ ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶ କୁ ଯାଇଥିଲେ । ବଳରାମ ବହୁ ଦିନ ଧରି ଘରକୁ ନ ଫେରିବାର ସୁଯୋଗ ନେଇ ୨୦୨୪ମସିହା ମେ ମାସ ୩୦ ତାରିଖ ଅପରାହ୍ନରେ ରଶ୍ମିତା କୁ ତାଙ୍କ ଭାଇ ବକଚନ ଛାତ୍ରୀଆ ,ଅଭିମନ୍ୟୁ ଛାତ୍ରୀଆ ଓ ଭାଉଜ ପେଟ ଛାତ୍ରୀଆ ତିନିଜଣ ସୋଲା ସୁତରା କରି ରାଜସ୍ଥାନର ଏକ ଲୋକ ଠାରୁ ୪ଲକ୍ଷ ଟଙ୍କା ଆଣି ତାହା ସହିତ ବିବାହ କରାଇ ଦେଇ ଥିବା କହିବା ସହ ଅଭିଯୋଗ କରିଛନ୍ତି ।

ବଳରାମ ଆନ୍ଧ୍ରପ୍ରଦେଶରେ ଥାଇ ସବୁ ଜାଣିବା ପରେ ଶାଶୁ ଘରକୁ ଯାଇ ରଶ୍ମିତା ବିଷୟରେ ପଚାରିଥିଲେ । ଦୁଇଶଳା ଓ ଭାଉଜ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତୋତେ ମାରି ଅଖା ବସ୍ତାରେ ଭରିକରି ନଦୀରେ ଫିଙ୍ଗି ଦେବୁ ଆମ ଭଉଣୀକୁ ବିକିଲୁ ବୋଲି କହି ଠେଲା ପେଲା କରିବାରୁ ତିନି ପିଲାଙ୍କ ଭବିଷ୍ୟତ କଥା ଭାବି ଭୟରେ ସେହିଠାରୁ ଚାଲି ଆସିଲି । ଏହା ପୂର୍ବରୁ ୨୦୨୪ ମସିହା ଜୁନ ମାସ ୨୮ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲି କିନ୍ତୁ ସ୍ତ୍ରୀ ର କୌଣସି ଖବର ନ ପାଇବାରୁ ଆଜି ପୁନର୍ବାର ଥାନାରେ ଅଭିଯୋଗ କରିଛି । ଏହାର ସଠିକ ତଦନ୍ତ କରି ବଳରାମ କୁ ଉଚିତ ନ୍ୟାୟ ଦେବାପାଇଁ ଅଭିଯୋଗ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...