32.9 C
Balāngīr
Friday, June 13, 2025

୪ ଗୋଟି ପୂଜା କମିଟିକୁ ନେଇ ଦଶହରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ,(୪/୯) : ବୋରିଗୁମ୍ମା ପୁଲିସ ଷ୍ଟେସନ ଠାରେ ଆଗାମୀ ଦଶହରା ଉପଲକ୍ଷେ ୪ ଗୋଟି ପୂଜା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 10 06 at 6.59.56 AM ୪ ଗୋଟି ପୂଜା କମିଟିକୁ ନେଇ ଦଶହରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏହି ବୈଠକରେ ବୋରିଗୁମ୍ମା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିଶ୍ୱଜିତ ମହାନ୍ତି ସଭାପତିତ୍ୱ କରିଥିଲା ବେଳେ ଅତିରିକ୍ତ ତହସିଲଦାର ଶ୍ରୀ କାହ୍ନୁଚରଣ ପଟ୍ଟନାୟକ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ହରେକୃଷ୍ଣ ମାଝି,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଣୟ ରଞ୍ଜନ ବେହେରା,ପ୍ରମୁଖ ନିଜ ନିଜର ମତାମତ ଉପସ୍ଥାପନ କରିବା ସହ ସରକାରଙ୍କ ପକ୍ଷରୁ କୋରୋନା ଉପଲକ୍ଷେ ଦଶହରା ପାଇଁ ଜାରି କରାଯାଇଥିବା କଟକଣା ଗୁଡିକ ସମ୍ପର୍କରେ ଉପସ୍ଥିତ ୪ ଗୋଟି ପୂଜା କମିଟି ସଭ୍ୟ ମାନଙ୍କୁ ଅବଗତ କରିଥିଲେ ।

ଆଗାମୀ ଦଶହରା ପୂଜା ବୋରିଗୁମ୍ମାରେ ୪ଟି ସ୍ଥାନରେ ହେବାକୁ ଯାଉ ଥିବା ବେଳେ କିପରି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ସେ ନେଇ ସମସ୍ତ ସଭ୍ୟ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଜାତୀୟ ରାଜପଥ ଦ୍ୱାରା ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ଯୋଗୁଁ ବିସର୍ଜନ ସମୟରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଆଲୋଚନା କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ସରକାରୀ ଓକିଲ ଶ୍ରୀ ମୁନା ଦୋରା, ବିନା ଷ୍ଟପ୍ ବୋର୍ଡରେ ରାସ୍ତା ଖୋଳା ଯାଇଥିବାରୁ ବୋରିଗୁମ୍ମାର ଅନତି ଦୂରରେ ଦୁଇଟି ଦୁର୍ଘଟଣା ଘଟିଥିବାରୁ କ୍ଷୋଭ ପ୍ରକାଶ କରିଥିବା ବେଳେ ଜାତୀୟ ରାଜପଥ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ହରେକୃଷ୍ଣ ମାଝି ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ ।

ଜାତୀୟ ରାଜପଥ ବିଭାଜନକୁ ଏ ସମ୍ପର୍କରେ ଚିଠି ଲେଖିବା ପାଇଁ ମଧ୍ୟ କିଛି ଉପସ୍ଥିତ ବୁଦ୍ଧିଜୀବି ଅତିରିକ୍ତ ତହସିଲଦାର ଶ୍ରୀ କାହ୍ନୁଚରଣ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ । କୋଭିଡ କୁ ଆଖି ଆଗରେ ରଖି ବି. ଡି. ଓ. ଶ୍ରୀ ବେହେରା ବ୍ଲିଚିଂ ପାଉଡର ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ କିଛି କମିଟି ସଭ୍ୟ କିଛି ସ୍ଥାନରେ ବିଗିଡି ଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ତୁରନ୍ତ ମରାମତି କରିବାକୁ ଅନୁରୋଧ କରିଥିଲେ ।

ଉପସ୍ଥିତ ବକ୍ତା ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିବେକାନନ୍ଦ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଏଲ୍ ନାରାୟଣ ରାଓ,ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଢୀ,ନାଗରାଜ ଦୋରା, ସାମ୍ବାଦିକ ରଞ୍ଜନ ମିଶ୍ର ପ୍ରମୁଖ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ପୁଲିସ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...