ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୮/୩) : କନ୍ଧମାଳ ଜିଲ୍ଲା ରେ ବେଆଇନ ଗଞ୍ଜେଇ ମୂଳପାଟନ ନେଇ କନ୍ଧମାଳ ଏସପି ହରିଶ ବିଶି ଙ୍କ ନିର୍ଦେଶ କ୍ରମେ ପୋଲିସ ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖି ଗଞ୍ଜେଇ ଜବତ କରାଯାଉଛି l
ବେଆଇନ ଗଂଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡା ପୋଲିସ ଚଢ଼ାଉ କରି ବିପୁଳ ପରିମାଣ ର ଗଂଜେଇ ଜବତ କରିଛି l ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରି ୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ମୂଲ୍ୟ ର ଗଂଜେଇ ଜବତ କରିଛି l ବାଲିଗୁଡା ଥାନା ପରମପାଙ୍ଗା ଗାଁ ନିକଟରେ ଥିବା ଜଙ୍ଗଲ ରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ବେଳେ ପୋଲିସ ଚଢ଼ାଉ କରିଥିଲା l ପରମପାଙ୍ଗା ଜଙ୍ଗଲ ରୁ ରାଜ୍ୟ ବାହାର କୁ ଚାଲାଣ କରିବା ପାଇଁ ପେକେଟ ହୋଇଥିବା ମୋଟ ତେର ଟନ ତିନି କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ଜବତ କରିଛି ବାଲିଗୁଡା ପୋଲିସ l ଏ ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ l ପୋଲିସ ର ଚଢ଼ାଉ ସମୟରେ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ, ଏସଆଇ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ସମେତ ପୋଲିସ ଫୋର୍ସ ସାମିଲ ହୋଇଥିଲେ l