ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୁର୍ଲା, (୦୫/୦୩) : ବେଆଇନ କଫ୍ ସିରପ୍ ବିକ୍ରି ବେଳେ ବୁର୍ଲା ପୁଲିସ ଚଢ଼ଉ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଗୋଲଗୁଣ୍ଡା ଗ୍ରାମର ରୋହିତ ଯାଦବ(୨୦)।
ସୂଚନା ଅନୁସାରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଗୋଲଗୁଣ୍ଡାଠାରୁ ହୀରାକୁଦ ରେଳ ଷ୍ଟେସନ ରାସ୍ତା ମଧ୍ୟରେ କଫ ସିରପ ବିକ୍ରି ହେଉଥିବା ବିଷୟରେ ସୂଚନା ମିଳିଥିଲା। ପୁଲିସ ଚଢ଼ଉ କରି ସିଲ୍ ହୋଇଥିବା ୫୨ ବୋତଲ ୱିନକେରେକ୍ସ କଫ୍ ସିରପ୍, ଠିପି ଖୋଲା ଥିବା ଅବସ୍ଥାରେ ୧୧ ବୋତଲ, ୬ଟି ସୋପୋର-୧୦ ଟାବଲେଟ ଓ ୨୭ ପାଉଚ ଦେଶୀ ମଦ ଜବତ କରିଛି । ବୁର୍ଲା ଥାନା କେସ ନଂ ୯୫/୪.୩.୨୦୨୫ରେ ଏକ ମାମଲ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।