32.9 C
Balāngīr
Sunday, July 20, 2025

୫୯ ତମ ଗୃହରକ୍ଷୀ ଦିବସ ପାଳିତ : ଅନ୍ତରୀଣ ଆଇନ ସୁରକ୍ଷା ରେ ରହିଛି ଅତୁଲନୀୟ ଅବଦାନ

Must read

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୬/୧୨) : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ତରଫରୁ ୫୯ ତମ ଗୃହରକ୍ଷୀ ଦିବସ ପାଳନ ହୋଇ ଯାଇଛି ।

ପୋଲିସ୍ ରିଜର୍ଭ ପଡିଆରେ ୫୯ ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ର ଜିଲ୍ଲାପାଳ ଅବୋଲୀ ସୁନିଲ ନରବନେ ଯୋଗ ଦେଇଥିଲେ, ସେହିପରି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ସିଡିଏମଓ ଦିଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ମିଳିତ ପ୍ୟାରେଡ ରେ ଅଭିବାଦନ ରଖିବା ସହିତ ହୋମଗାର୍ଡ ବାହିନୀ ଦେଶ ଓ ଜାତି କର୍ତ୍ତବ୍ୟ ସକାଶେ ଉସର୍ଗିକୃତ ମନୋଭାବ କୁ ପ୍ରଶଂସା କରିଥିଲେ । ଜିଲ୍ଲା ର ଗୃହରକ୍ଷୀ ବିଭାଗରେ ଉକୃଷ୍ଟ ଅବଦାନ ହେତୁ ହୋମଗାର୍ଡ ମୁକେଶ ପଣ୍ଡା, ବାବୁଲାଲ ତ୍ରିପାଠୀ, ଦାଶରଥି ସିନ୍ଦୁରିଆ, ଦିଲୀପ ଦେହୁରୀ ଓ ହୋମଗାର୍ଡ ଦାୟିତ୍ଵ ରେ ଥିବା ହାବିଲଦାର ମସ୍ତରାମ ସାହୁ , ହାବିଲଦାର ହେମନ୍ତ ସାହୁ ଙ୍କୁ ମାନପତ୍ର ସହିତ ଅର୍ଥରାଶି ରେ ସମ୍ମାନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗ ଜୀବନ ପଟେଲ, ହେମନ୍ତ ପାଢ଼ୀ, ହୋମଗାର୍ଡ ଆରକ୍ଷୀ ନିରୀକ୍ଷକ ବିଶ୍ଵନାଥ ଜେନା, ରିଜର୍ଭ ପୋଲିସ୍ ନିରୀକ୍ଷକ ଅମରେନ୍ଦ୍ର ପାଣିଗ୍ରାହୀ, ଡ଼ିଏସପି ହେମ ସାଗର ନନ୍ଦ, ବିମଳ ବାରିକ, ଅନ୍ନପୂର୍ଣ୍ଣା ବେହେରା, କୁମାରୀ ଜିଶା, ଡୋଳା ମଣି ଭୋଇ, ପୁଷ୍ପାଞ୍ଜଳି ନିଙ୍ଗି, ପୁଷ୍ପେନ୍ଦୁ ସାଗର, ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ର ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ଜିଲ୍ଲାର କାର୍ଯ୍ୟରତ ହୋମଗାର୍ଡ, ଏନସିସି ଛାତ୍ର ଓ ସମାଜସେବୀ ଭାଗ ନେଇଥିଲେ । ସମୁଦାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ରକ୍ତ ଭଣ୍ଡାର ଅଧିକାରୀ ଡ୍. ଦୁର୍ଗା ଦାଶ, ସୁବାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ ରେ ସହାୟତା କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...