32.9 C
Balāngīr
Wednesday, April 30, 2025

୬୬୦ କେଜି ଗଞ୍ଜେଇ ସହ ବନ୍ଧୁକ ଜବତ, ୬ ମାଫିଆ ଗିରଫ

Must read

ରାୟଗଡା, (୧୬/୦୩) : ଆ.ପ୍ର. : ରାୟଗଡ଼ା ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚୋରା ଚାଲାଣକାରୀ ୬ ମାଫିଆ ଗିରଫ

ସେମାନଙ୍କ ନିକଟରୁ ୬୬୦ କେଜି ଗଞ୍ଜେଇ ସହ ବୋଲେରୋ ପିକ୍ଅପ୍, ଗୋଟିଏ କାର, ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାୟଗଡ଼ା ଜିଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ.କୁମାରଙ୍କ ନିର୍ଦ୍ଦେଶରେ ରାୟଗଡା ଟାଉନ ଥାନା ପୁଲିସ ୩୨୬ ନମ୍ବର ଜାତୀୟ ରାଜପଥରର ରାୟଗଡ଼ା-ହାଲୁଆ ମଧ୍ୟରେ ପାଟ୍ରୋଲିଂ କରିବା ସମୟରେ ଆଶୀର୍ବାଦ ଢାବା ନିକଟରେ ଏକ ବୋଲେରୋ ପିକଅପ ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରେ ୨୨ କେଜି ଓଜନର ୩୦ଟି ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ସବୁ ଗଞ୍ଜେଇକୁ ଓଜନ କରାଯାଇ ଥିଲା।

ସମୁଦାୟ ୬୬୦ କେଜି ଗଞ୍ଜେଇ ଜବତ ହେବା ସହ ଗୋଟିଏ କାର, ବୋଲେରୋ ପିକଅପ୍ ଗାଡ଼ି, ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଓ ୫ଟି ମୋବାଇଲ ଫୋନ ଜବତ କରିଛି ପୁଲିସ। ଏଥିସହ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ରାୟଗଡ଼ା ସହର ନୂଆସାହିର ଆର. ଅମଲରାଜ, ଆର. ଅବିନାଶ, ଆର. ଆନନ୍ଦ, ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର ରଞ୍ଜିତ କରକରିଆ, କୋରାପୁଟର ମଜିବୁଲ ହକ୍ ଅଲି ଓ ଏ.ବିନୋଦ କୁମାର। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ପଚରାଉଚୁରା ବେଳେ ଏହି ଗଞ୍ଜେଇ ସବୁ ଚନ୍ଦ୍ରପୁର ବ୍ଲକର ଏକ ରିମୋଟ ଅଞ୍ଚଳରୁ ସଂଗ୍ରହ କରି ଛତିଶଗଡ ରାଜ୍ୟର ରାୟପୁରକୁ ପଠାଉ ଥିବା ସ୍ବୀକାର କରିଛନ୍ତି ଗଞ୍ଜେଇ ମାଫିଆମାନେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...