32.9 C
Balāngīr
Saturday, July 12, 2025

୬୭ ତମ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ -୨୦୨୧ ପାଳିତ

Must read

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୯/୧୦) : ୦୮/୧୦ ତାରିଖ ଶୁକ୍ରବାର ଦିନ ୬୭ ତମ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୧ ଜିଲ୍ଲା ପ୍ରାଣୀ ଉନ୍ନୟନ ପ୍ରକଳ୍ପ ବୌଦ୍ଧ ଠାରେ ପୂର୍ବାହ୍ନ ୧୧ ଟାରେ ପାଳିତ ହୋଇଛି |WhatsApp Image 2021 10 09 at 10.25.37 AM ୬୭ ତମ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ -୨୦୨୧ ପାଳିତ

୬୭ ତମ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ -୨୦୨୧ ପାଳନ ଅବସର ରେ ମୁଖ୍ୟତିଥି ଭାବେ ଜିଲ୍ଲା ପ୍ରାଣୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବବିତା ରାଣୀ ଦଳବେହେରା, ସମ୍ମାନିତ ଅତିଥି ଭାବେ ଖଣ୍ଡିୟ ବନାଧିକାରୀ ବୌଦ୍ଧ ବନଖଣ୍ଡ -ଶ୍ରୀଯୁକ୍ତ ଦେବପ୍ରିୟ କମ୍ପ, ବରିଷ୍ଠ ପ୍ରବନ୍ଧକ -ଶ୍ରୀଯୁକ୍ତ D K ଖଣ୍ଡ, କୁମାରୀ M. R ସାମନ୍ତରାୟ, କୁମାରୀ ନିବେଦିତା ବିଶ୍ୱାଳ ଉପସ୍ଥିତ ଥିଲେ |

ଶ୍ରୀଯୁକ୍ତ ଦେବପ୍ରିୟ କମ୍ପ ବୌଦ୍ଧ ବନଖଣ୍ଡ ରେ ବନ୍ୟ ଜୀବଜନ୍ତୁ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଆଗକୁ କିପରି ବନ୍ୟପ୍ରାଣୀ ଙ୍କୁ ସୁରକ୍ଷା ଦିଆଯିବ ଏହା ଉପରେ ବିଷଦ ବିବରଣୀ ଦେଇଥିଲେ | ତତ ସହିତ ମହାନଦୀ କୂଳେ କୂଳେ ପ୍ରାୟ ୧୦୦ କିମି ବନିକରଣ କରିବା, ସବୁଜ ପରିବେଶ ସୃଷ୍ଟି କରିବା ସହିତ ପକ୍ଷୀ ମାନଙ୍କ ବଂଶ ବୃଦ୍ଧି ରେ ସହାୟକ ହେବ ବୋଲି କହିଥିଲେ |

ବିରନରସିଂହପୁର ଠାରେ ରାଜ୍ୟ ପରିବେଶ ଉଦ୍ୟାନ ଓ ଡମ୍ବରୁ ଗାଡଠାରେ ଇକୋ ଟୁରିଜିଅମ ଅବସ୍ଥାପିତ କରାଯିବାର ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇଥିଲେ | ପରିଶେଷରେ ଉପସ୍ଥିତ ଥିବା ପରିବେଶ ପ୍ରେମୀ ମାନଙ୍କୁ ଜିଲ୍ଲା ପଶୁ, ଜିଲ୍ଲା ପକ୍ଷୀ, ଜିଲ୍ଲା ଫୁଲ, ଜିଲ୍ଲା ଗଛ ଚୟନ ପାଇଁ ଆହ୍ୱାନ ଦେଇଥିଲେ ଏବଂ ଜିଲ୍ଲା ପଶୁ ଭାବରେ ବଜ୍ରକାପ୍ତା, ଜିଲ୍ଲା ପକ୍ଷୀ ବାୟାଚଢେଇ, ଜିଲ୍ଲା ଗଛ ମହୁଲ, ଜିଲ୍ଲା ଫୁଲ ପଲାଶ କୁ ଘୋଷଣା ପାଇଁ ପ୍ରସ୍ତାବ ଦେଇଥିଲେ |

ବନ୍ୟପ୍ରାଣୀ ସପ୍ତାହ ପାଳନ ପରିପେକ୍ଷୀ ରେ ୦୭/୧୦ ରେ ପାଳିତ ହୋଇଥିବା ଗଣ ଦୌଡରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ବାନ୍ୟଜନ୍ତୁ ସୁରକ୍ଷା ଓ ପ୍ରାକୃତିକ ବାସସ୍ଥାନ ର ପରିଚାଳନା କ୍ଷେତ୍ରରେ ସର୍ବକୃଷ୍ଟ ପ୍ରଦର୍ଶନ ପାଇଁ ଶ୍ରୀଯୁକ୍ତ ଫରେଷ୍ଟର -ସଞ୍ଜୟ କୁମାର ଦାନ୍ତl,ଫରେଷ୍ଟ ଗାର୍ଡ -ରମାକାନ୍ତ ପାଣିଗ୍ରାହୀ, ମାଳତୀ ମାଝୀ, ଅସିତ କୁମାର ମେହେର, ଙ୍କୁ ସମ୍ମାନିତ କରାଯାଇଥିଲା |

ଶେଷରେ ଉପଖଣ୍ଡ ସ୍ତରୀୟ ବନ୍ୟଜନ୍ତୁ ବିଜୁ ପଟ୍ଟନାୟକ ୨୦୨୧ ବର୍ଷ ଉପାଧି କଣ୍ଟାମାଳ ବ୍ଲକ ସମାପlଜୁ VSS ଙ୍କୁ ୫୦୦୦/ଟଙ୍କା ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାର ସମସ୍ତ ବାନାଖଣ୍ଡ ଅଧିକାରୀ ଓ ବନକର୍ମ ଚାରି ଉପସ୍ଥିତ ଥିଲେ |

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...