32.9 C
Balāngīr
Wednesday, April 23, 2025

୬ ମାସ ପରେ ଅନୁଷ୍ଠିତ ହେଲା ପଞ୍ଚାୟତ ସମିତି ବୈଠକ

Must read

ରିପୋର୍ଟ : ରବି ଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୮/୨) : ବୋରିଗୁମ୍ମା ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ମଞ୍ଜୁର କରିବା ପାଇଁ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 02 28 at 18.51.38 ୬ ମାସ ପରେ ଅନୁଷ୍ଠିତ ହେଲା ପଞ୍ଚାୟତ ସମିତି ବୈଠକ

୬ ମାସ ପରେ ଅନୁଷ୍ଠିତ ହେଲା ପଞ୍ଚାୟତ ସମିତି ବୈଠକ । ସମିତି ଅଧ୍ୟକ୍ଷା ଦିପ୍ତିମୟୀ ନାୟକ ଙ୍କ ଅଧ୍ୟକ୍ଷତାରେ ତଥା ବି.ଡ଼ି.ଓ. ସନ୍ଧ୍ୟା ସମରଥଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ କୋଟପାଡ଼ ମାନ୍ୟବର ବିଧାୟକ ଶ୍ରୀ ରୁପୁ ଭତ୍ରା ଯୋଗଦାନ କରିଥିବା ବେଳେ ଜୟପୁର ମାନ୍ୟବର ବିଧାୟକ ଅନୁପସ୍ଥିତ ଥିଲେ । ବ୍ଲକ୍ କଂଗ୍ରେସ ସଭାପତି ଅଶୋକ ଗନ୍ତାୟତ ବିଧାୟକ ପ୍ରତିନିଧି ଭାବରେ ଯୋଗଦାନ କରିଥିଲେ । ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଢ଼ୀ ଯୋଗଦାନ କରିଥିଲେ ।ଜିଲ୍ଲା ପରିଷଦ ସଭ୍ୟ ପିଙ୍କୁ ଶତପଥି ଧାନ ମଣ୍ଡି ତଥା ନିୟନ୍ତ୍ରିତ ବଜାର କମିଟି ସମ୍ପର୍କରେ ଆଲୋଚନା କରିଥିଲେ ।

ବିଦ୍ୟାଳୟ ଗୁଡ଼ିକରେ ପାଣି ଓ ଶୌଚାଳୟ ସୁନିଶ୍ଚିତ କରିବା ଉପରେ ତଥା ପ୍ରତି ପଞ୍ଚାୟତରେ ଆଗାମୀ ୫ ବର୍ଷ ମଧ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ସ୍ଵାସ୍ଥ୍ୟ ବିଭାଗର ସବ୍ ସେଣ୍ଟର ଗୁଡ଼ିକରେ ବିଜୁଳି ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବା ପାଇଁ ଜିଲ୍ଲା ପରିଷଦ ସଭ୍ୟ ଅନୁରୋଧ କରିଥିଲେ । କୁମୁଲି ଓ ବୋରିଗୁମ୍ମା ପାଇଁ ୨ଟି ଆମ୍ବୁଲାନ୍ସ୍ ଥିବା ବେଳେ ଶଶାହାଣ୍ଡି ଓ ଡେଙ୍ଗ ପଦର ପାଇଁ ପ୍ରସ୍ତାବ ଦିଆ ଯାଇଥିବା କଥା ସ୍ଵାସ୍ଥ୍ୟ ବିଭାଗ ତରଫରୁ ତଥ୍ୟ ରଖା ଯାଇଥିଲା ।

ପି.ଡବ୍ଲ୍ୟୁ. ଡ଼ି.ର ରାସ୍ତା ଗୁଡ଼ିକ ମନିଟରିଂ କରିବା ବିଷୟରେ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । କୋତୋଟି ଏ.ଏନ୍.ଏମ୍. ସବ୍ ସେଣ୍ଟର ରେ ବିଜୁଳି ବ୍ୟବସ୍ଥା ନ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା ।ହାଇଦ୍ରାବାଦର ଏକ ଏନ୍ଜି.ଓ. ତଥା ଜିଲ୍ଲା ପ୍ରଶାସନ ମିଶି ୧୦ କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ କରିବାର ଲକ୍ଷ୍ୟ ରଖାଯାଇଥିବା ପ୍ରକାଶ ପାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...