ମୁରିବାହାଲ, (୦୨/୦୭) : ଆପ୍ର. : ଓଡ଼ିଶା ଡ୍ରାଇଭର ମହାସଂଘ ର ନିଷ୍ପତ୍ତି କ୍ରମେ ସରକାର ଙ୍କୁ ଦେଇଥିବା ଆଠ ଦଫା ଦାବି ମଧ୍ୟ ରୁ ଭୋଟ ରାଜନୀତି କରି ଲଲି ପପ୍ ସଦୃଶ୍ୟ ମାତ୍ର ଗୋଟିଏ ଦାବି ବିଗତ ସରକାର ପୂରଣ କରିଥିଲା l
୭ଦଫା ଦାବୀ ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ସମୂହ ଷ୍ଟିୟରିଂ ଛାଡ ନିଷ୍ପତ୍ତି । ମାତ୍ର ବାରମ୍ବାର ସାମୁହିକ ଦାବୀ ସତ୍ତ୍ୱେ ଏ ନୂଆଁ ସରକାର ମଧ୍ୟ ଚୁପ୍ ବସିଥିବାରୁ ଓ ଡ୍ରାଇଭର ଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବାରୁ ଆସନ୍ତା ୮/୭/୨୫ ତାରିଖ ରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ନିଷ୍ପତ୍ତି ନେଇଥିବା ମୁରିବାହାଲ ବ୍ଲକ ଡ୍ରାଇଭର ମହାସଂଘ କର୍ମକର୍ତ୍ତା ଗଣ ମାଧ୍ୟମ ଙ୍କୁ ସୁଚନା ଦେଇଛନ୍ତି l ଗତ ମାର୍ଚ୍ଚ ମାସ ରେ ୬ ଦିନ ବ୍ୟାପୀ ଭୁବନେଶ୍ଵର ଲୋୟର ପି ଏମ ଜି ରେ ସଂଘ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ ସରକାର ଅଣଦେଖା କରିଥିବାରୁ ବାଧ୍ୟ ହୋଇ ସମୂହ ଆନ୍ଦୋଳନ କରିବାକୁ ସ୍ଥିର କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ।
୬୦ ବର୍ଷ ବୟସ ପରେ ଭତ୍ତା ପ୍ରଦାନ, ପାର୍କିଂ ଫି ରେ ଓ କଡାକଡି ନିୟମ କୁ କୋହଳ କରିବା, ସେପ୍ଟେମ୍ବର ୧ କୁ ଜାତୀୟ ଡ୍ରାଇଭର ଦିବସ ଭାବେ ପାଳନ, ଗାଡ଼ି ର କାଗଜ ପତ୍ର ଯାଞ୍ଚ ଦାୟିତ୍ଵ ପରିବହନ ବିଭାଗ କୁ ପ୍ରଦାନ, ଓଡ଼ିଶା ଖଣି ଖଦାନରେ ଓଡ଼ିଆ ଡ୍ରାଇଭର ଙ୍କୁ ନିଯୁକ୍ତି ଅଗ୍ରାଧିକାର, ଅଟୋ ଚାଳକ ଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱେଲ୍ ଫେଆର ବୋର୍ଡ ରେ ସାମିଲ ପ୍ରମୁଖ ୭ ଦଫା ଦାବୀ କୁ ସରକାର ଶୀଘ୍ର ମାନି ନେବାକୁ ଚେତାବନୀ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ସଂଘ । ନଚେତ ସଧାରଣ ଲୋକ ଙ୍କ କିଛି ଅସୁବିଧା ବା କ୍ଷୟ କ୍ଷତି ହେଲେ ଏଥି ପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସଂଘ ସୁଚେଇ ଦେଇଛି ।