32.9 C
Balāngīr
Tuesday, July 15, 2025

୭୬ ତମ ଗଣତନ୍ତ୍ର ଦିବସ ପାଇଁ ଅଭ୍ୟାସ ପ୍ୟାରେଡ୍

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୨/୦୧) : ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ହାଇସ୍କୁଲ, ରାୟଗଡ଼ା ଖେଳ ପଡିଆ ଠାରେ ୭୬ ତମ ଗଣତନ୍ତ୍ର ଦିବସ ପାଳନ ସକାଶେ ପ୍ରଥମ ଦିନର ଅଭ୍ୟାସ ପ୍ୟାରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।WhatsApp Image 2025 01 22 at 16.08.06 ୭୬ ତମ ଗଣତନ୍ତ୍ର ଦିବସ ପାଇଁ ଅଭ୍ୟାସ ପ୍ୟାରେଡ୍

ପୂର୍ବ ବର୍ଷ ମାନଙ୍କ ଭଳି ଏହି ବର୍ଷ ମଧ୍ୟ ସୁଚାରୁରୂପେ ସମ୍ପାଦନା ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାର ସୁଚନା ଓ ଲୋକସମ୍ପର୍କ ବିଭାଗର ଉପ- ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରି ଶ୍ରୀ ବସନ୍ତ କୁମାର ନାୟକ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରିଥିଲେ । ଚଳିତ ବର୍ଷ CRPF ଓ ଓଡ଼ିଶା ପୁଲିସ ଓ ଓଡ଼ିଶା ପୁଲିସ ବ୍ୟାଣ୍ଡ ସମେତ ୩୨ଗୋଟି ପ୍ଲାଟୁନ ଭାଗ ନେଇଛନ୍ତି । ଆର୍.ଆଇ.ପୁଲିସ୍ ଶ୍ରୀ କବିବର ଦେହୁରୀ, ଦେହୁରୀଙ୍କ ତତ୍ତ୍ଵାବଧାନରେ ପ୍ୟାରେଡ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ। ମଞ୍ଚ ପରିଚାଳନା ଶ୍ରୀ ଅଶୋକ କୁମାର ଦାଶ ସମ୍ପାଦନ କରିଥିବା ବେଳେ, ଜି.ସି.ଡ଼ି ଉଚ୍ଚ ବିଦ୍ୟାଳୟରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ୧୩ ଗୋଟି ସ୍କୁଲ ଆସିଥିବା ବେଳେ, ୬ଗୋଟି ସ୍କୁଲ କୁ ବାଦ୍ ଦିଆଗଲା। ସେଥି ମଧ୍ୟରୁ ୭ଗୋଟି ସ୍କୁଲକୁ ସାଂସ୍କୃତିକ କଳା ପ୍ରଦର୍ଶନ କରିବା ପାଇଁ ଶ୍ରୀମତି ରିତାରାଣି ମିଶ୍ର, ଅଜିତେସ ପଟନାୟକ, ପ୍ରିୟ ଦର୍ଷିନି ହୂଇକା ଚୟନ କରିଥିଲେ। ଏହି ଅଭ୍ୟାସ ପ୍ୟାରେଡ୍ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଶ୍ରୀମତି ପ୍ରମିଳା ମହାପାତ୍ର, ଶ୍ରୀମତି ରିତାରାଣୀ ମିଶ୍ର, ଏନ୍ . ସି.ସି, ଅଧିକାରୀ ମାନଙ୍କ ସହ ସନ୍ତୋଷ ବ୍ରହ୍ମ। , ସତିସ ଲାଡି, ମାଝୀ ସଵର, ଅଷୟ ମହାପାତ୍ର, ଓ ଅନ୍ୟାନ୍ୟ ଯୋଗ ଦେଇଥିଲେ ଏବଂ ପ୍ରଥମ ଦିନର ଅଭ୍ୟାସ ପେରେଡ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...