ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୮) : ସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ପାଠ ପଢ଼ନ୍ତି ପିଲାମାନେ ସ୍କୁଲ ଦାଣ୍ଡ ରେ, ଏହା କୌଣସି ବନ ବିଦ୍ୟାଳୟ ନୁହେଁ l
ଗଜପତି ଜିଲ୍ଲା ମହକୁମା ଠାରୁ ୧୦ କିମି ଦୂର ରେ ରହିଛି କେ ସୀତାପୁର ପଂଚାୟତ l ଏହି ପଂଚାୟତ ର ଶ୍ରୀ ବିଷ୍ଣୁପୁର ଉପ୍ରା ବିଦ୍ୟାଳୟ ରେ ପିଲାଙ୍କୁ ପଢିବା ପାଇଁ ଯାଗା ନ ଥିବାରୁ ଶିକ୍ଷକ ମନେ ବାରଣ୍ଡା ରେ ଓ ପିଣ୍ଢା ରେ ପାଠ ପଢ଼ାନ୍ତି l ଏହି ବିଦ୍ୟାଳୟ ରେ ୬୭ ପିଲା ପାଠ ପଢ଼ନ୍ତି l ଆଖ ପାଖ ୬ଟି ଗ୍ରାମ ର ପିଲା ଏଠାରେ ପଢ଼ନ୍ତି l ସ୍କୁଲ ପରିଚାଳନା କମିଟି, ଓ ସରପଞ୍ଚ କେ ତେଜେଶ୍ୱର ବାରମ୍ବାର ଦାବୀ କରିଥିଲେ, ବିଭିନ୍ନ ଅଭିଯୋଗ ଶୁଣାଣି ରେ ମଧ୍ୟ ଦାବୀ ହେଉଥିଲେ ସୁଦ୍ଧା କୋଠା ଯୋଗାଇ ଦିଆଯାଇନାହିଁ l ଏବେ ପିଲା ଅନ୍ୟତ୍ର ପଢିବା ପାଇଁ ଚାଲି ଯାଉଛନ୍ତି, ଏଣୁ ବେଳ ଥାଉ ଥାଉ ପ୍ରଶାସନ ଦୃଷ୍ଟି ଦେବାକୁ ପରିଚାଳନା କମିଟି ଦାବୀ କରିଛନ୍ତି l