ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାଟଣାଗଡ଼, (୨୫/୦୨) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ବେଲପଡା ରାସ୍ତାରେ ୭ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଜଣେ ଗିରଫ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ଅବକାରୀ ବିଭାଗ ଅଧିନରେ ଥିବା ବେଲପଡା ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବଲାଙ୍ଗରର ଅବକାରୀ ଏସ୍ପି କୌଣସି ସୂତ୍ରରୁ ସୂଚନା ପାଇଥିଲେ। ତାଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ଅବକାରୀ ଓଆଇସି ନିଜ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂ କରିବା ସହ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ।
ଏହି ସମୟରେ ବାଇକ୍ ରେ ଯାଉଥିବା ଜୈନିକ ବ୍ୟକ୍ତି କୁ ସନ୍ଦେହ କରି ଅଟକାଇ ଥିଲେ। ବାଇକ୍ ରେ ରଖିଥିବା ବସ୍ତାରୁ ଗଞ୍ଜେଇ ଥିବା ଦେଖି ସମ୍ପ୍ରୁକ୍ତ ଗଞ୍ଜେଇ ଓ ବାଇକ୍ ଜବତ୍ କରି ବ୍ୟକ୍ତି ଜଣକୁ ପାଟଣାଗଡ଼ ଅବକାରୀ ବିଭାଗକୁ ଆଣି ପଚରା ଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ବ୍ୟକ୍ତି ଜଣକ ଜାମଖାରି ଗ୍ରାମର ସୁଦାମ ବାରିକ ବୋଲି ଜଣାପଡିଛି।