32.9 C
Balāngīr
Thursday, June 12, 2025

୭ ଦିନରେ ଦୁଷ୍କର୍ମୀକୁ ମିଳିବ ଫାଶୀ: ସପ୍ତାହକରେ ଆଇନ ଆଣିବେ ମମତା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଲକାତା, (୨୯/୦୮) : ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରିବେ ପଶ୍ଚିମବଙ୍ଗ ସରକାର । ଆସନ୍ତା ସପ୍ତାହରେ ରାଜ୍ୟରେ ଲାଗୁ ହେବ ନୂଆ ଆଇନ।

ଏଥିରେ ଦୁଷ୍କର୍ମୀକୁ ଅପରାଧର ୭ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିବ । କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏଭଳି ଘୋଷଣା କରିଛନ୍ତି । ଆଜି ଦଳର ଛାତ୍ର ସଂଗଠନର ପ୍ରତିଷ୍ଠା ଦିବସକୁ ମଧ୍ୟ ମମତା କୋଲକାତା ପୀଡ଼ିତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ରାଜ୍ୟ ସରକାର ଆସନ୍ତା ସପ୍ତାହରେ ଦୁଷ୍କର୍ମୀକୁ ଫାଶୀ ଦେବା ପାଇଁ ଗୋଟିଏ ଆଇନ ପ୍ରଣୟନ କରିବେ । କୋଲକାତା ହରରକୁ ନେଇ ବିଜେପି ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ମଧ୍ୟ ମମତା ସମାଲୋଚନା କରିଛନ୍ତି । ବିଜେପି ନ୍ୟାୟ ଚାହୁଁ ନାହିଁ। ସେମାନେ କେବଳ ବେଙ୍ଗଲକୁ ବଦନାମ କରିବାକୁ ଚାହୁଁଥିବା ମମତା କହିଛନ୍ତି।

କୋଲକାତା ଦୁଷ୍କର୍ମ ଓ ହତ୍ୟାର ଦୋଷୀ ପାଇଁ ଫାଶୀ ଦଣ୍ଡ ଦାବି କରି ମମତା ବାନାର୍ଜୀ ଦୁଇ ଦିନ ଧାରଣାରେ ବସିବେ ବୋଲି ମଧ୍ୟ ଆଜି ଘୋଷଣା କରିଛନ୍ତି । ସେ କହିଛନ୍ତି, “ଫାଶୀ ଦଣ୍ଡ ଦାବିରେ ମୁଁ ସମସ୍ତ ବ୍ଲକକୁ ଅଗଷ୍ଟ ୩୧ରେ ବିକ୍ଷୋଭ କରିବାକୁ ଆହ୍ୱାନ ଦେଉଛି। ସେପ୍ଟେମ୍ବର ୧ରେ ସମସ୍ତ ମହିଳା ଫାଶୀ ଦଣ୍ଡ ଓ ଆଇନରେ ସଂଶୋଧନ କରିବା ପାଇଁ ବିକ୍ଷୋଭ କରନ୍ତୁ ବୋଲି ମୁଁ କହୁଛି ।” ମମତା ନିଜେ ମଧ୍ୟ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ କୋଲକାତା ହରର ଦୋଷୀକୁ ତୁରନ୍ତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବେ । ମମତା ବାନାର୍ଜୀ ଆହୁରି କହିଛନ୍ତି, ରାଜ୍ୟ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ। ଆମେ ଦୁଷ୍କର୍ମ ବିରୋଧୀ ଆଇନ ପାସ କରାଇବୁ । ଏଥିରେ ଦୁଷ୍କର୍ମକାରୀକୁ ଅପରାଧର ୭ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ଭଳି ନିୟମ ରହିବ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...