ପାଟଣା, (୦୫/୦୭) : ଆପ୍ର. : କେନ୍ଦୁଝର ଓ ପାଟଣା ଅଞ୍ଚଳରେ ଆଜି ଅବକାରୀ ବିଭାଗ ଚଢାଉ ସମୟରେ ୮୫ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ମହୁଲ ଓ ମହୁଲି ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି ।
ଜିଲ୍ଲା ଅବକାରୀ ବିଭାଗ ଓ ରାଜ୍ୟ ଫ୍ଲାଇଁ ସ୍କ୍ବାର୍ଡ଼ର ମିଳିତ ଚଢାଉ ସମୟରେ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ଅଧିକାରୀ ସାହୁଙ୍କ ଘରେ ଚଢାଉ କରି ମହଜୁଦ ଥିବା ୧୪ କ୍ଵିଣ୍ଟାଲ ଚୋରା ମହୁଲ ଜବଦ କରାଯାଇଛି। ଯାହାର ଅନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ । ଏହା ସହ କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ଅନୁମାନିକ ୧୫ ହଜାର ଟଙ୍କାର ମହୁଲି ମଦ ମଧ୍ୟ ଜବତ କରାଯାଇଛି । ଏପରି ସମୁଦାୟ ପାଖାପାଖି ୮୫ ହଜାର ଟଙ୍କାର ମହୁଲ ଓ ମହୁଲି ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଅବକାରୀ ନିରୀକ୍ଷକ ଗିରିଜା ନନ୍ଦନ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।