ସୁବର୍ଣ୍ଣପୁର, (୦୬/୦୫) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ପୁଲିସକୁ ବଡ଼ ସଫଳତା ମିଳିଛି l ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୮ଟି ବାଇକ୍ , ୨ଟି ମୋବାଇଲ୍ ଜବତ କରିବା ସହ ୩ ଜଣ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l
ସୂଚନା ଅନୁସାରେ ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଆସୁଥିଲା l ଅଭିଯୋଗ ଆଧାରରେ ପୁଲିସ ପେଟ୍ରୋଲିଂ କଡା କଡ଼ି କରିଥିଲା l ତେବେ ବାଇକ ଚୋରି ଘଟଣାରେ ପୂଜାରୀ ସାହାଜ ବାହାଲ ର ନିରଞ୍ଜନ ମହାନନ୍ଦ, ଘାସିରାମ ଜଗଦଳା ଓ ଫୁଲମୁଠି ଗ୍ରାମ ର ଗଙ୍ଗାଧର ଛତ୍ରିଆ ଅଭିଯୁକ୍ତକୁ ଗିରଫ କରିଛି । ପୁଲିସ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିଥିଲା । କିନ୍ତୁ କୋଟରେ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୁଲିସ ର ଏହି ଚଢାଉ ରେ ଥାନା ଅଧିକାରୀ ସାରଙ୍ଗ ଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ଥାନା ଏଏସଆଇ ରଞ୍ଜୟ ନାୟକ , କୁନା ସାହୁ ଓ ଷ୍ଟାଫ୍ ପ୍ରମୁଖ ସାମିଲଥିଲେ ।