32.9 C
Balāngīr
Friday, April 25, 2025

ୱାକଫ ବିଲ ସମର୍ଥନରେ ବିଜେପି ସାଂସଦ ଭୋଟ ଦେବାକୁ ନେଇ ଉଠୁଛି ପଡୁଛି ବିଜେଡି ରାଜନୀତି

Must read

ଭୁବନେଶ୍ୱର, (୦୭/୦୪) : ଆପ୍ର. : ଜଣଙ୍କ ପରେ ଜଣେ ନେତା ସୁପ୍ରିମୋଙ୍କୁ ପ୍ରଶ୍ନ କରୁଛନ୍ତି । ଯାହାକି ବିଜେଡି ରାଜନୀତିରେ ଝଡ଼ ସୃଷ୍ଟି କରିଛି । ତଥାପି ମୁହଁ ଖୋଲୁନାହାନ୍ତି ମୁଖିଆ ।

ଏସବୁ ଭିତରେ ଆଜି ପୁଣି ତେରେଚ୍ଛା ବାଣ ମାରିଛନ୍ତି ଦଳର ବରିଷ୍ଠ ନେତା । ୱାକଫ ବିଲ ଭୋଟକୁ ନେଇ ଦଳୀୟ ନେତା ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବରିଷ୍ଠ ନେତା । ସସ୍ମିତ କାହା ଇଙ୍ଗିତରେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯିବାକୁ ସାହାସ କଲେ ତାକୁ ନେଇ ବିଜେଡି ରାଜନୀତିରେ କମ୍ପନ ହୋଇଛି । ପୂର୍ବରୁ ଚୁପ୍ ରହୁଥିବା ନେତା ଏଥର ସିଧାସଳଖ ନବୀନଙ୍କୁ ଚେତାଇବା ସହ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି । ଏସବୁ ଭିତରେ ଦଳର ବରିଷ୍ଠ ବିଧାୟକ ତଥା ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

କାହାର ନାଁ ନନେଇ କହିଛନ୍ତି, କୌଣସି ବାହ୍ୟଶକ୍ତି ଦ୍ଵାରା ନିଷ୍ପତ୍ତି ହେଲେ ଦଳ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେଉଛି । ସସ୍ମିତ ପାତ୍ରଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ । ସେ ବିଦେଶ ଗସ୍ତରୁ ଫେରି ସ୍ପଷ୍ଟ କରିବା ପରେ ସବୁ କିଛି ଜଣାପଡ଼ିବ । ସେହିପରି ଭୂପିନ୍ଦର ସିଂହ, ଦଳରେ କାଳବୈଶାଖୀ ଚାଲିଛି କହି କଟାକ୍ଷ କରିଛନ୍ତି । ଏହା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ବାହାରକୁ ଅଣାଯାଉ ବୋଲି ଦାବି କରିଛନ୍ତି । ବିଜେଡିରେ ଲାଗି ରହିଥିବା କନ୍ଦଳ ବିଜେପିକୁ ବେଶ୍ ସୁହାଇଛି । ବିଜେଡି ରାଜନୈତିକ ନିଆଁରେ ଘିଅ ଢ଼ାଳିଛନ୍ତି ସାଂସଦ ବଳଭଦ୍ର ମାଝୀ

ସମାଲୋଚନା କରି କହିଛନ୍ତି, ‘ନବୀନ ପଟ୍ଟନାୟକ କେବେ ବି ଦଳକୁ ସମ୍ଭାଳିବା ପରିସ୍ଥିତିରେ ନଥିଲେ କି ଏବେ ବି ସମ୍ଭାଳିବା ସ୍ଥିତିରେ ନାହାନ୍ତି । ୨୦୨୪ରେ ବିଜେଡିକୁ ହରାଇଥିବା ଅଦୃଶ୍ୟ ଶକ୍ତି ଏବେ ବି ଦଳରେ କାମ କରୁଛି ।‘ ତେବେ ଦଳ କଠିନ ସମୟ ଦେଇ ଗତି କରୁଥିବାରୁ ସଭାପତିଙ୍କୁ ସାମ୍ନାକୁ ଆସିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ରାଜନୀତି ସମୀକ୍ଷକ ।‘

ଆସନ୍ତାକାଲି(ସୋମବାର) ବିଜେଡି ସାଂସଦ ଦିଲ୍ଲୀରୁ ଫେରିବେ ବୋଲି ଜଣାପଡିଛି । ଦିଲ୍ଳୀରୁ ଫେରିବା ପରେ ସିଧାସଳଖ ନବୀନ ନିବାସ ଯାଇ ବିଜେଡିର କେଉଁ କେଉଁ ସଦସ୍ୟ ୱାକଫ ବିଲ୍ ସମର୍ଥନରେ ଭୋଟ୍ ଦେଲେ, ତାର ଜବାବ ମାଗିବେ ବୋଲି କୁହାଯାଉଛି । ହେଲେ, ନବୀନ କେବେ ମୁହଁ ଖୋଲୁଛନ୍ତି ତାକୁ ଅପେକ୍ଷା

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...