ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୦୪) : ଦୁବାଇରେ ଆବାସୀୟ ବିଲ୍ଡିଂରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।
ମୃତକ ମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଛନ୍ତି । ଶନିବାର ରାତି ପ୍ରାୟ ସାଢେ ୧୨ଟା ବେଳେ ବିଲ୍ଡିଂରେ ନିଆଁ ଲାଗିଥିଲା । ନିଆଁ ବିଲ୍ଡିଂର ଚତୁର୍ଥ ମହଲାରେ ଲାଗିଥିବା ବେଳେ ସାରା ବିଲ୍ଡିଂକୁ ବ୍ୟାପିଯାଇଥିଲା । ବିଲ୍ଡିଂରେ ନିଆଁ ଲାଗିବା ସୂଚନା ପାଇ ଦୁବାଇ ସିଭିଲ ଡିଫେନ୍ସ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ବିଲ୍ଡିଂକୁ ଲାଗିକରି ଥିବା ଘରମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ନିଆଁ ଲିଭାଇବା ପାଇଁ ପୋର୍ଟ ସଇଦ ଫାୟାରଷ୍ଟେସନ ଓ ହମରିୟା ଫାୟାରଷ୍ଟେସନର ସହାୟତା ନିଆଯାଇଥିଲା । ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡ ରେ ମୋଟ ୧୬ ଜଣଙ୍କର ମୃତ୍ୟୁ ହୋଇଛି ।