ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାର ପାଳିତ

0
179
ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୭/୩) : ନୃତ୍ୟ ଓ ସଂଗୀତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣପୁର ର ପଏଁରୀ ତିହାର ଆଜି ସ୍ଥାନୀୟ ଭୀମ ଭୋଇ କଳା ମଣ୍ଡପ ଠାରେ ମହା ସମାରୋହ ରେ ପାଳିତ ହୋଇ ଯାଇଛି l

ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଓ ସଂସ୍କୃତି ବିଭାଗ ଭାରତ ସରକାର, ସଂଗୀତ ଏକାଡେମୀ ନୂଆଦିଲ୍ଲୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଭାରତ ସରକାର ଓ ଜ଼ିଲ୍ଲା ସଂସ୍କୃତି ବିଭାଗ ର ମିଳିତ ଆୟୋଜନ ରେ ଅନୁଷ୍ଠିତ ଏହି ଉତ୍ସବ କୁ ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପ୍ରଜ୍ବଳନ ପୂର୍ବକ ସୁବର୍ଣ୍ଣପୁର ର ଭେଟେରାନ କଳାକାର ଶ୍ରୀମତୀ କୁନ୍ତୀ ସାହୁ ଉଦଘାଟନ କରିଥିଲେ l

ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ନୂତନ ସଂସ୍କୃତି ଅଧିକାରୀ ମିସ ଯମୁନା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ଉପଦେଷ୍ଟା ତଥା ପ୍ରାକ୍ତନ ମାତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ନାଟ୍ୟଶ୍ରୀ ଗଦାଧର ବାରିକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର ଯୋଗ ଦେଇ ଏ ଅଞ୍ଚଳ ର ଲୋକ କଳା ଓ ଲୋକ ସଂସ୍କୃତି କୁ ପ୍ରଚାର ପ୍ରସାର ମାଧ୍ୟମ ରେ ବଞ୍ଚାଇ ଉଜ୍ଜୀବିତ କରି ରଖିଛି ଏହି ତିହାର ବୋଲି କହିଥିଲେ l

ସକାଳ ୧୦ ଘଣ୍ଟା ବେଳେ ମା ସୁରେଶ୍ୱରୀ ଙ୍କ ମନ୍ଦିର ରେ ପୂଜା ଅର୍ଚନା ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ଦିବା ୧୨ ଘଣ୍ଟା ରେ ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ର ଲୋକ କଳାକାର ଙ୍କ ଦ୍ୱାରା ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା l ସନ୍ଧ୍ୟା ୫ ଘଣ୍ଟା ବେଳେ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ଏକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l

ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରି ସାଂସ୍କୃତିକ ଚେତନା ର ବାର୍ତ୍ତା ବହ ପଏଁରୀ ତିହାର ବୋଲି ମତ ରଖି ମଣିଷ ଜନ୍ମ ଭାଗ୍ୟ ପୁଣି କଳାକାର ହେବା ସୌଭାଗ୍ୟ ଏବଂ ସଂସ୍କୃତି ର ଧାରା ହିଁ ଗୋଟାଏ ଦେଶ ର ଅଭିବୃଦ୍ଧି ର ପରିଚୟ ଦେଇଥାଏ ବୋଲି କହିଥିଲେ l

ସମ୍ମାନିତ ଅତିଥି ଭାବେ ଦୂରଦର୍ଶନ କେନ୍ଦ୍ର ର ନିର୍ଦେଶକ ଶରତ କୁମାର ବେହେରା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଚଳଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ନାଟ୍ୟଶ୍ରୀ ଗଦାଧର ବାରିକ, ଅଭିମନ୍ୟୁ କୁଶଳ, ଯୋଗ ଦେଇ କଳାକାର ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l ସୁବର୍ଣ୍ଣପୁର ଜ଼ିଲ୍ଲା ର ପଏଁରୀ, ବିନିକା, ମେଣ୍ଡାମାଲ, ଡାଲଡଵା, ବଲାଙ୍ଗୀର ଜ଼ିଲ୍ଲା ର ତୁଷୁରା, ବାରଗଡ଼, ଛତିଶଗଡ଼ ବିଭିନ୍ନ ଜ଼ିଲ୍ଲା ତଥା ରାଜ୍ୟ ରୁ କଳାକାର ଯୋଗ ଦେଇ ଆକର୍ଷଣୀୟ ନାଚ ଗୀତ ପରିବେଷଣ କରିଥିଲେ l

ଅନୁଷ୍ଠାନ ର ସଭାପତି ଲଡ଼ୁ କିଶୋର ମଲ୍ଲିଜ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା କୁ ସମ୍ପାଦକ ଚୌଧୀରି ବିଭାର ସଂଯୋଜନା କରିଥିଲେ l ଜ଼ିଲ୍ଲା ର ଦଣ୍ଡ ସମ୍ରାଟ ରସିକ ସାହୁ, କୃଷ୍ଣ ଗୁରୁ ସଂଗୀତକାର କୁନ୍ତୀ ସାହୁ, ଓ ଫୋକ ମ୍ୟୁଜିସିଆନ *ନଥିଲା ଖପରଧ୍ଵଜ ଙ୍କୁ ପଏଁରୀ ସମ୍ମାନ ରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନ ର ସକ୍ରିୟ ସଭ୍ୟ ସନ୍ତୋଷ ମିଶ୍ର, , ସୁଶାନ୍ତ ସାହୁ, ଗୋପାଳ ମେହେର, ପୃଥ୍ୱୀରାଜ ବାଘ, ସନ୍ତୋଷ ପାଢ଼ୀ, ଗୌରୀ ରଥ ପ୍ରମୁଖ ସହଯୋଗ କରିଥିଲେ l ସଭା ଶେଷ ରେ ସୁଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ l