Tuesday, February 27, 2024

Top 5 This Week

Related Posts

ଆଦିବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଗଣ ବିକ୍ଷୋଭ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୧୧) : ଆଦିବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଗଣ ବିକ୍ଷୋଭ l

କାଶୀନଗର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, ସିଆଳି ଓ ଅଲଡା ପଞ୍ଚାୟତକୁ ମେଗା ପ୍ରୋଜେକ୍ଟ ଦ୍ୱାରା ଜଳ ଯୋଗାଣ, ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ତଥା ଦଖଲ ଚାଷ ଜମି ପଟ୍ଟା ପ୍ରଦାନ କରିବା, ନରେଗା ଯୋଜନା ରେ ୨୦୦ ଦିନ କାର୍ଯ୍ୟ ପ୍ରଦାନ କରିବା ଓ ଦୈନିକ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି କରିବା ଦାବୀ ନେଇ ଗତ କାଲି କାଶୀନଗର ବ୍ଲକରେ ଥିବା ଆଦିବାସୀ ଅଧିକାର ମଞ୍ଚ ଓ ଭାରତର ଗଣତନ୍ତ୍ର ଯୁବ ଫେଡେରେସନ ତରଫରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ନେତା କାର୍ତ୍ତିକ ଶବର ଓ କେ. ମିନା ରାଓ ଙ୍କ ପରିଚାଳନା ରେ ଏକ ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଅଶୋକ କୁମାର ପ୍ରଧାନଙ୍କ ଦେଇଥିଲେ l

ଆଦିବାସୀ ନେତା ମାନଙ୍କ କହିବା ଅନୁସାରେ କାଶୀନଗର ବ୍ଲକରେ ସ୍ୱଳ୍ପ ବୃଷ୍ଟି ଯୋଙ୍ଗୁ ଧାନ ଓ କପା ଚାଷଜମିରେ ମରୁଡି ଆବଶ୍ୟମ୍ଭାବି ତେଣୁ ଅଲଡା ଓ ସିଆଳି ପଞ୍ଚାୟତ କୁ ମେଗା ପ୍ରୋଜେକ୍ଟ ରେ ସାମିଲ କରାଯାଉ, ୧୦୦ ଦିନିଆ ନରେଗା ଯୋଜନା କାମ ନ ମିଳିବା ହେତୁ ଶ୍ରମିକ ମାନେ ବାହାରକୁ ଯାଇ ଦାଦନ ଖଟୁଛନ୍ତି, ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ସମେତ ଭୂମି ହୀନ ମାନଙ୍କୁ ଜମି ପଟ୍ଟାରୁ ବଞ୍ଚିତ ନ କରାଯାଉ, ଭାଗ ଚାଷୀଙ୍କୁ କ୍ଷତି ପୂରଣ ଏ ସବୁ ଦାବୀ ସରକାର ପୂରଣ ନ କଲେ ଆଗାମୀ ଦିନରେ ଏହି ଗଣ ବିକ୍ଷୋଭ ଆହୁରି ଗୋଟେ ବଡ଼ ରୂପ ନେଇ ସରକାରଙ୍କୁ ଘେରିବ ବୋଲି କହିଥିଲେ l