ଉତ୍କଳ ଆଲୁମିନା ପକ୍ଷରୁ “ଆମ ନୃତ୍ୟ ଆମ ସଂସ୍କୃତି -୨୦୨୨” ଆୟୋଜିତ

0
1234
ଉତ୍କଳ ଆଲୁମିନା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୩/୦୪) : ରାୟଗଡା ଜିଲ୍ଲା ର ଟିକିରି ଠାରେ ସ୍ଥାପିତ ଆଦିତ୍ୟ ବିର୍ଲା ଗ୍ରୁପ ର ସହଯୋଗ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଲିମିଟେଡ଼ ଉତ୍କଳ ଆଲୁମିନା ଇଣ୍ଟେର୍ନେସନାଲ ଲିମିଟେଡ଼ ଯେ କେବଳ ଆଖପାଖ ଅଞ୍ଚଳ ର ବାସିନ୍ଦାଙ୍କ ଜନଉପକୃତ କାର୍ଯ୍ୟ ହାତକୁ ନେଉଛି ତା ନୁହେଁ l

ଉତ୍କଳ ଆଲୁମିନା କମ୍ପାନୀ ଆଦିବାସୀ ଲୋକନୃତ୍ୟକୁ ପ୍ରସାରଣ ଓ ପ୍ରୋତ୍ସାହନ ମଧ୍ୟ୍ୟ ଦେଇଥାଏ l ସେହିପରି ଆଦିବାସୀଙ୍କ ପ୍ରଖ୍ୟାତ ଢିମସା ନୃତ୍ୟ ର ସଂରକ୍ଷଣ ଓ ପ୍ରସାରଣ ପାଇଁ ଗତ ଆଠ ବର୍ଷ ହେଲାଣି ବିଭିନ୍ନ ପଦକ୍ଷେପ ନେଇଆସୁଛି l ଚଳିତ ବର୍ଷ କମ୍ପାନୀ ନୂଆପଡା ସହରାଞ୍ଚଳ ରେ ଗତ ୩୦/୩୧ ତାରିଖ ଦୁଇଦିନ ଧରି “ଆମ ନୃତ୍ୟ ଆମ ସଂସ୍କୃତି” ର ଆୟୋଜନ କରିଥିଲା l

ଉତ୍ସବ ର ପ୍ରଥମ ଦିନରେ ଆଖପାଖର ପ୍ରାୟ ୨୪ ଟି ଦଳ ଢିମଶା ନୃତ୍ୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l ଉତ୍ସବ ର ଦ୍ଵିତୀୟ ଦିନରେ ଓଡିଶୀ, ଗୋଟିପୁଅ, ପାଇକ ମାଲଖମ୍ବ, ମେଢ଼ନାଚ ଓ ଯୋଡିଶଙ୍ଖ ଭଳି କଳାକୃତି ଓଡ଼ିଶା ର ପ୍ରଖ୍ୟାତ କଳାକାର ଙ୍କ ଦ୍ୱାରା ପ୍ରଦର୍ଶତ ହୋଇଥିଲା l ରାୟଗଡା ଓଏଏସ ଏଡିଏମ ଶ୍ରୀ ସୋମନାଥ ପ୍ରଧାନ ୩୦ ତାରିଖ ଦିନ ଉଦଘାଟନ କରିଥିଲେ l

ଏହି ଅବସରରେ କାଶୀପୁର ବିଡ଼ିଓ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ, କାଶୀପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କାନ୍ଥ ମାଝୀ ଏବଂ ଉତ୍କଳ ଆଲୁମିନା ୟୁନିଟ ହେଡ଼ ତଥା ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ ଉପସ୍ଥିତ ଥିଲେ l ଆଦିତ୍ୟ ବିର୍ଲା ଗ୍ରୁପ ନିଜର ବ୍ୟବସାୟ କରୁଥିବା ସ୍ଥାନରେ ସ୍ଥାନୀୟ ସଂସ୍କୃତି ଓ ପରମ୍ପରା ଗୁଡିକୁ ସବୁବେଳେ ସମ୍ମାନ ଦେଇଆସୁଥିବା ବେଳେ ଏହାର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ପ୍ରତିବନ୍ଧତା ର ସହକାରେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ବେଗ ନିଜ ବକ୍ତବ୍ୟରେ କହିଥିଲେ l

କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଓଡ଼ିଶାର ପୂର୍ବତନ ରାଜ୍ୟ ଶ୍ରୀ ସୂଚନା ଆୟୁକ୍ତ ଶ୍ରୀ ଜଗଦାନନ୍ଦ ତଥା ଓଡିଶା ସରକାର ପ୍ରତିଷ୍ଠାତା ସଦସ୍ୟ ସଚିବ ସିୱାଇଏସଦୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାୟଗଡା ପୋଲିସ ଅଧିକାରୀ ଆଈପିଏସ ଶ୍ରୀ ବିବେକାନନ୍ଦ ଶର୍ମା, ରାୟଗଡା ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ l

ଶ୍ରୀଯୁକ୍ତ ଜଗଦାନନ୍ଦ ଉପସ୍ଥିତ ଦର୍ଶକଙ୍କୁ ଉଦବୋଧନ ଦେଇ କହିଥିଲେ କମ୍ପାନୀ ର ଏଭଳି ପ୍ରୟାସ ମହାମାରୀ ପରେ ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇବ l ଶ୍ରୀଯୁକ୍ତ ଶର୍ମା ମଧ୍ୟ୍ୟ କମ୍ପାନୀ ର ଏଭଳି ସଫଳ ପ୍ରୟାସ ର ପ୍ରଶଂସା ରେ ଶତମୁଖର ହୋଇ ଉଠିଥିଲେ l