କୋଭିଡ ତୃତୀୟ ଲହର କୁ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନର ୧୬୦ ଜଣଙ୍କୁ ବୁଷ୍ଟର ଡୋଜ ପ୍ରଦାନ

0
141
କୋଭିଡ ତୃତୀୟ ଲହର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୪/୦୧) : କୋଭିଡ ତୃତୀୟ ଲହର କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ଆଜି ବୌଦ୍ଧ ଜିଲ୍ଲା ପ୍ରଶାସନ ବୌଦ୍ଧ ସର୍କିଟ ହାଉସ ଠାରେ ବୁଷ୍ଟର ଡୋଜ ଭେକସିନ ନେଇଛନ୍ତି ।

କୋଭିଡ ତୃତୀୟ ଲହର କୁ ନେଇ ପ୍ରଶାସନିକ ତରଫରୁ ରୁ ୧୬୦ ଜଣଙ୍କୁ ଏହି ଡୋଜ ଦିଆଯାଇ ଥିବାର ସୂଚନା ମିଳିଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଡେପୁଟି କଲେକଟର ଅବନୀକାନ୍ତ ସାହୁ, ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ସହକାରୀ ଜିଲ୍ଲାପାଳ ବିରଞ୍ଚି ଧରୁଆ, ବୌଦ୍ଧ ବ୍ଲକ ବଡ ଦେବୀପ୍ରସାଦ ଦାସ, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନା ଙ୍କ ସମେତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଓ ବୌଦ୍ଧ ବ୍ଲକ, ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ୧୬୦ ଜଣଙ୍କୁ ଆଜି ଗୋଟିଏ ଦିନରେ ଏହି ବୁଷ୍ଟର ଡୋଜ ଟୀକା ଦିଆଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ସୂଚନା ଦେଇଛନ୍ତି ।